ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ଼ ଷ୍ଟେସନ୍ ନିକଟରେ ଅଘଟଣ। ମୃତ ଯୁବକ ଖମ୍ବେଶ୍ୱରୀପାଲି ଗାଁର ସାହିଲ ଖାଁ ବୋଲି ଜଣାପଡ଼ିଛି। ବଲାଙ୍ଗୀରରୁ ସୋନପୁର ଅଭିମୁଖେ ଆସୁଥିବା ଇଞ୍ଜିନ ଧକ୍କା ଦେବାରୁ ଘଟିଛି ମୃତ୍ୟୁ। ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ମୃତ ଯୁବକ ବାପାଙ୍କ କହିବା ଅନୁସାରେ ସାହିଲ ପ୍ରତିଦିନ ପରି ନିଜର ନିତ୍ୟକର୍ମ କରିବା ପାଇଁ ଟ୍ରେନ କଡ଼କୁ ଯାଇଥିବା ବେଳେ ଘଟିଥିଲା ଏହି ଘଟଣା । ଏହାର ତଦନ୍ତ ଚାଲିଥିବାରୁ ଏହାର ପ୍ରକୃତ କାରଣ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।ପରିବାର ଲୋକ ଏହାକୁ ହତ୍ୟା କହୁଥିବା ବେଳେ ଏହାର କାରଣ ଆଗାମୀ ସମୟ ରେ ଜଣାପଡିବ ।
