ଚାନ୍ଦବାଲି : ୩୯ ବର୍ଷ ବୟସର ମୃତ୍ୟୁ ପରେ ଲିଭର ଅଙ୍ଗଦାନ କଲେ ଡାକ୍ତରାଣୀ, ଭଦ୍ରକ ପୋଲିସ ପକ୍ଷରୁ ଦିଆ ଗଲା ଗାର୍ଡ଼ ଅଫ୍ ଅନ।ର୍ ମୃତ୍ୟୁ ପରେ ଅନ୍ୟର ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଭାଟପଡା ପଞ୍ଚାୟତରେ ସହଦେବଦାସ ପାଟଣା ଗାଁର ମୃତ ଡାକ୍ତରାଣୀ ରାଧା ପାଢ଼ୀ । ସୂଚନା ଅନୁଯାୟୀ ଜଗବନ୍ଧୁ ପାଢ଼ୀଙ୍କ ବଡ଼ ଝିଅ ରାଧା ପାଢ଼ୀ ଭଦ୍ରକ ବ୍ଲକ ସାବରଙ୍ଗ ଏରୋଡାରେ ସରକାରୀ ଭାବେ ହୋମିଓପାଥି ଡାକ୍ତରଣୀ ଭାବେ କାର୍ଯ୍ୟ କରିଥିଲେ। ତିନି ବର୍ଷ ହେବ ସେ ଡାକ୍ତର ସେବାରେ ନିୟୋଜିତ ଥିଲେ। ଛୋଟ ବେଳୁ ତାଙ୍କର କ୍ଟ୍ରକ୍ଷବଗ୍ଧରକ୍ଷରଗ୍ଧ ୟସଗ୍ଦକ୍ଟକ୍ସୟରକ୍ସଗ୍ଦ (ପ୍ଲେଟଲେଟ ଡିଜ୍ଅର୍ଡର) ରୋଗରେ ୩ ବର୍ଷ ବୟସରୁ ରୋଗାକ୍ରାନ୍ତ ଥିଲେ। ସେଥିରେ ଚିକିତ୍ସା ହେଉଥିଲେ। ଏବେ ୩୯ ବର୍ଷ ବୟସରେ ଗତ ମାର୍ଚ୍ଚ ୨୮ ତାରିଖରେ ଭୁବନେଶ୍ୱରଠାରେ ଇଓଗଝ ହସ୍ପିଟାଲରେ ଭର୍ତ୍ତି ପରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ଡାକ୍ତର ସେବାରେ ନିୟୋଜିତ ହୋଇ ନିଜକୁ ଚିକିତ୍ସା ହେଉଥିଲେ। ଆଜି ୩୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଲିଭର ଡୋନେଟ କରି ଅନ୍ୟର ଜୀବନ ବଞ୍ଚାଇବା ସମାଜ ପାଇଁ ଏକ ପ୍ରେରଣା ଦେଇଥିଲେ। ଜୀବିତ ଥିଲା ବେଳେ ମଧ୍ୟ କ୍ୟାନସର ରୋଗୀଙ୍କ ପାଇଁ ଦୁଇ ଥର କେଶ ଦାନ କରିଥିଲେ। ସେଥିପାଇଁ ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ସରକାରୀ ସ୍ତରରେ ସମ୍ମାନିତ କରାଯାଇଥିଲା। ଶେଷରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଗାଁରେ ଏହି ଭଳି ଡାକ୍ତରାଣୀଙ୍କ ମୃତ୍ୟୁବରଣ ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
