ଫୁଲବାଣୀ : ପୂର୍ବତନ ମନ୍ତ୍ରୀ ତଥା ବିଜେଡି ର ସଭାପତି ପଦ୍ମନାଭ ବେହେରା ଙ୍କ ନେତୃତ୍ୱରେ ବିଜୁ ବାବୁ ଙ୍କୁ ସି ଆଇ ଏ ଏଜେଣ୍ଟ ବୋଲି କହି ଅପମାନିତ କରିଥିବାରୁ ଫୁଲବାଣୀ ସହର ସ୍ଥିତ ପେଟ୍ରୋଲ ଟାଙ୍କି ନିକଟ ବିଜୁ ପଟ୍ଟନାୟକଙ୍କ ର ପ୍ରତିମୂର୍ତ୍ତି ଠାରେ ବୁଧବାର ଦିନ ନିଶିକାନ୍ତ ଦୁବେ ର କୁଶ ପୁତ୍ତଳିକା ବିଜେଡ଼ି ଦାହ କରିଥିଲା ।ନିଶିକାନ୍ତ ଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ ବିଜେଡି କର୍ମୀ ଓ କର୍ମକର୍ତ୍ତା ମାନେ । ପାର୍ଲାମେଣ୍ଟ ରେ ବିରୋଧ କରି ରାଜ୍ୟ ସଭା ଏମପି ସସ୍ମିତ ପାତ୍ର ନିଶିକାନ୍ତ ଦୁବେ ଚେରମ୍ୟାନ ଥିବା କମିଟି ରୂ ଇସ୍ତଫା ଦେଇଥିଲେ। ଅନ୍ୟତମ ଏମପି ମୁନା ଖାନ ମଧ୍ୟ୍ୟ ପାର୍ଲାମେଣ୍ଟ ରେ ପ୍ରବଳ ବିରୋଧ କରି ନିଶିକାନ୍ତ ଙ୍କୁ ଏକ ପାଗଳ ଏମପି ବୋଲି କଟୁ ସମାଲୋଚନା କରିଥିଲେ। ନିଶିକାନ୍ତ କ୍ଷମା ମାଗନ୍ତୁ ବୋଲି କହିଥିଲେ ।ବିଜୁବାବୁ ଙ୍କୁ ଝଡର ଇଗଲ କହିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ବାଜପାଇ। ଯୁଦ୍ଧବେଳେ ଇଣ୍ଡୋନେସିଆ ର ରାଜା ସୁହାର୍ତ୍ତ ଙ୍କୁ ଉଦ୍ଧାର କରି ଡାକଟା ପ୍ଲେନରେ ନେଇ ଆସିଥିଲେ। ଓଡିଶା ପ୍ରଦେଶ ଗଠନ ଓ ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ବିଜୁ ବାବୁଙ୍କର ଖ୍ୟାତି ରହିଁଛି ବୋଲି ଜିଲ୍ଲା ସଭାପତି ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ସରୋଜ କର୍ଣ୍ଣ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ପାଢ଼ୀ, ସତ୍ୟନାରାୟଣ ବେହେରା,ଉପସଭାପତି ଶିବ ପ୍ରସାଦ ତ୍ରିପାଠୀ,ଯୁବ ବିଜେଡି ର ଶିବ ସାହାଣୀ,ଉପସଭାପତି ପଞ୍ଚାନନ କହଁର, ଦାରୁଣ ବେହେରା, ପାର୍ଥ ସାରଥୀ ବିଶ୍ୱାଳ, ସ୍ୱରାଜ ମୁନୀ,ରବୀନ୍ଦ୍ର ଷଢଙ୍ଗୀ, ସମ୍ପାଦକ ଜଳନ୍ଧର ବେହେରା ମହିଳା, ସଭାନେତ୍ରୀ ପୁନମ କହଁର, କାଉନସିଲର ମାଧବୀ ମିଶ୍ର, ମର୍ତ୍ୟୁଞ୍ଜୟ ପେରା, ବିକ୍ରମ ବେହେରା, ଶ୍ରୀବଛ ବେହେରା ଟୁକୁନ୍ଦର ସେଠି ପ୍ରମୁଖ ସାମିଲ ଥିଲେ।
