ବାରିପଦା ; ରାଇରଙ୍ଗପୁର ଖଡ଼ଖାଇ ନଦୀ ପୋଲ ତଳକୁ ଏକ ଯାତ୍ରୀବାହି ଅଟୋ ଭାରସାମ୍ୟ ହରାଇ ଖସି ପଡିବା ଫଳରେ ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ସମେତ ଜଣେ ପୁରୁଷ ଗୁରୁତର ଆହତ ହୋଇଛନ୍ତି । ଆହତ ସମସ୍ତେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ବୋଲି ଜଣାପଡ଼ିଛି । ସେମାନେ ଚିକିତ୍ସା ପାଇଁ ରାଇରଙ୍ଗପୁର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣା ପରେ ଅଟୋ ଚାଳକ ଫେରାର ହୋଇଯାଇଛି । ସୂଚନା ଅନୁସାରେ, ଏକ ଅଟୋରେ ୪ ଜଣ ମହିଳା ଓ ଜଣେ ପୁରୁଷ ରାଇରଙ୍ଗପୁର ଅଭିମୁଖେ ଆସୁଥିଲେ । ଖଡ଼ଖାଇ ପୋଲ ନିକଟରେ ଦ୍ରୁତ ଗତିରେ ଥିବା ଅଟୋଟି ହଠାତ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା ।

ଫଳରେ ଅଟୋରେ ଥିବା ୫ ଜଣ ଯାକ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାର ଖବର ପାଇ ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେଠାରେ ଆହତମାନଙ୍କ ଚିକିତ୍ସା ଜାରି ରହିଛି । ପ୍ରାଥମିକ ସୂଚନା ଅନୁସାରେ, ଦ୍ରୁତ ଗତି ଯୋଗୁଁ ଅଟୋଟି ଭାରସାମ୍ୟ ହରାଇଥିବା ର ସନ୍ଦେହ କରାଯାଉଛି । ଦୁର୍ଘଟଣା ପରେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ବର୍ତ୍ତମାନ ଚାଳକଙ୍କୁ ଧରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ନେଇ ରାଇରଙ୍ଗପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ଆହତ ପାଞ୍ଚଜଣ ହେଲେ ଦେଉଳି ଗ୍ରାମର ସନ୍ତୋଷୀ ସୋରେନ (୨୬) ତାଙ୍କ ସ୍ୱାମୀ ଭବେନ୍ଦ୍ର ହାଁସଦା (୩୨), ବାଙ୍ଗି ହାଁସଦା (୨୫), କେଶର ଗାଡ଼ିଆ ଗ୍ରାମର ରାଇମଣୀ ମାଝୀ (୩୬), ଏବଂ ବିଶୋଇ ଥାନା ଅନ୍ତର୍ଗତ ରଳେୟବିନ୍ଧା ଗ୍ରାମର ଛିତା ମଣୀ ମାଝୀ ବୋଲି ଜଣାପଡିଛି ।

ସୂଚନା ଅନୁଯାଇ ସେମାନେ ରାଇରଙ୍ଗପୁର ମେଡିକାଲ କୁ ତାଙ୍କ ପରିବାର ଲୋକ ରାଇରଙ୍ଗପୁର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ତେଣୁ ପରିବାର ଲୋକେ ରୋଗୀଙ୍କୁ ଦେଖିବାକୁ ଆସୁଥିବା ବେଳେ ଖଡଖାଇ ନଦୀ ପୋଲରୁ ତଳକୁ ଅଟୋଟି ଖସିପଡିଥିଲା । ଖସିପଡିବା ମାତ୍ରେ କୌଣସୀ ପ୍ରକାରରେ ଚାଳକ ଉଠି ପଡି ଘଟଣାସ୍ଥଳରୁ ଚମ୍ପଟ ହୋଇଥିବା କଥା ସାମନା କୁ ଆସିଛି । ଏ ଘଟଣାରେ ଟାଉନ ପୋଲିସ ତଦନ୍ତ ଚଳାଇଛି ।
