ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବେ ସ୍ୱାଭାବିକ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଯଥେଷ୍ଟ ହ୍ରାସ ପାଇଛି । ପରିସ୍ଥିତିରେ ସୁଧାର ଆସିବା ପରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ଏନଡିଆରଏଫ ଓ ଓଡ୍ରାଫ ଟିମ ଗୁଡ଼ିକୁ ଫେରାଇ ନିଆଯାଇଛି । ବନ୍ୟା ପରବର୍ତ୍ତୀ ରିଲିଫ ଓ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଜିଲ୍ଲାରେ ଦୁଇଟି ସ୍ୱତନ୍ତ୍ର ମେଡିକାଲ କ୍ୟାମ୍ପ ଏବେ ମଧ୍ୟ କାର୍ଯ୍ୟକ୍ଷମ ରହିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳବାହିତ ରୋଗର ମୁକାବିଲା ଏବଂ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟୁବୱେଲ ଓ ପାଇପ ଜଳ ଯୋଗାଣ ବ୍ୟବସ୍ଥାର ବ୍ୟାପକ ବିଶୋଧନ କାର୍ଯ୍ୟ ଜାରି ରହିଛି । ଏଥିସହ ପ୍ରଭାବିତ ଅଞ୍ଚଳରେ ପଶୁପାଳକ ମାନଙ୍କୁ ସହାୟତା ପାଇଁ ଗୋଖାଦ୍ୟ ବଣ୍ଟନ ମଧ୍ୟ ଚାଲୁ ରହିଛି । ରାଜସ୍ୱ, କୃଷି ଓ ଉଦ୍ୟାନ କୃଷି ବିଭାଗର ମିଳିତ ଟିମ ଗୁଡ଼ିକ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର କ୍ଷେତ୍ର ସ୍ତରୀୟ ଆକଳନ କରୁଛନ୍ତି ।
କ୍ଷତିଗ୍ରସ୍ତ ଲୋକଙ୍କୁ ଆର୍ôଥକ ରିଲିଫ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟ ଉପରେ ପ୍ରଶାସନର ନଜର ରହିଛି ।
