filter: 0; fileterIntensity: 0.0; filterMask: 0; captureOrientation: 0; runfunc: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; motionR: 0; delta:null; module: video;hw-remosaic: false;touch: (-1.0, -1.0);sceneMode: null;cct_value: 0;AI_Scene: (-1, -1);aec_lux: 213.82065;aec_lux_index: 0;albedo: ;confidence: ;motionLevel: 0;weatherinfo: weather?null, icon:null, weatherInfo:100;temperature: 38;zeissColor: bright;
ପିପିଲି: ପିପିଲିବ୍ଲକ ର ହାଟସାହି ଗ୍ରାମ ପଞ୍ଚାୟତ ର କଣ୍ଠପୁର ଛକରେ ଗାଈ ଚାଲାଣକୁ ନେଇ ଉତ୍ତେଜନା । ଗାଈ ବିକ୍ରି ପାଇଁ ଚାଲାଣ ହେଉଥିବା ସନ୍ଦେହ କରି ୩ଜଣଙ୍କୁ ନିର୍ଦ୍ଧୁମ ଆକ୍ରମଣ କରିଛନ୍ତି ୧୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି । ଆକ୍ରମଣରେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଡେଲାଙ୍ଗ ଆଙ୍କୋଇ ଗାଁରୁ ଏକ ଡାଲା ଅଟୋ ଯୋଗେ ଗାଈ ଚାଲାଣ ହେଉ ଥିବା ର ଦେଖି ପିପିଲି କଣ୍ଠପୁର ଛକ ନିକଟରେ ଅଟୋ କୁ ଅଟକାଇଥିଲେ କିଛି ଯୁବକ । ଗାଈ ବିକ୍ରି ପାଇଁ ନିଆଯାଉଥିବା ର ସନ୍ଦେହ କରି କିଛି ବ୍ୟକ୍ତି ଗାଡ଼ିକୁ ଘେରିଯାଇଥିଲେ ।

runfunc: 0; algolist: 0;
multi-frame: 1;
brp_mask:0;
brp_del_th:null;
brp_del_sen:null;
motionR: 0;
delta:null;
module: video;hw-remosaic: false;touch: (-1.0, -1.0);sceneMode: null;cct_value: 0;AI_Scene: (6, 0);aec_lux: 230.69351;aec_lux_index: 0;albedo: ;confidence: ;motionLevel: -1;weatherinfo: weather?null, icon:null, weatherInfo:100;temperature: 33;zeissColor: bright;
୧୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ୩ଜଣଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବର ପାଇ ସ୍ଥାନୀୟ ଲୋକେ ଓ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପିପିଲି ମେଡିକାଲକୁ ନେଇଥିଲେ । ଆକ୍ରମଣରେ ଡେଲାଙ୍ଗ ଆଙ୍କୋଇ ଗ୍ରାମର ୫୦ ବର୍ଷୀୟ ବନା ବେହେରାଙ୍କ ସମେତ ପିପିଲି ସୁଲତାନ ନଗର ଦାନୋଗହିର ଗ୍ରାମର ଆଉ ଦୁଇଜଣ ମହମ୍ମଦ ଆଝର, ଏବଂ ମହମ୍ମଦ ପ୍ୟାଜୁ ଗୁରୁତର ଆହତ ହୋଇଛନ୍ତି । ସାନଉଲ୍ଲା ଖାଁ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିସ୍ଥା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତ ଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ୩ଜଣ ଯୁବକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ଘଟଣାକୁ ନେଇ କଣ୍ଠପୁର ଛକରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି ।
