ଭଂଜନଗର: ଗାଁ ଦାଣ୍ଡରେ ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା । ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ହତ୍ୟାକାଣ୍ଡର ଶିକାର ହୋଇଛନ୍ତି, ସେହି ଗାଁର ପ୍ରାୟ ୭୦ ବର୍ଷିୟ ବ୍ୟକ୍ତି ବାବୁ ସ୍ୱାଇଁ । ଗତକାଲି ରାତିରେ, ଗାଁ ନିକଟରେ ଯାଉଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ଆଗରେ, ପଛରୁ ଠେଙ୍ଗାରେ ଆକ୍ରମଣ କରିଥିଲା ଜଣେ ବ୍ୟକ୍ତି । ଘଟଣା ସ୍ଥଳରେ ହିଁ, ବାବୁ ସ୍ୱାଇଁ ଙ୍କର ମୃତ୍ୟୁ ହୋଇଥିଲା । ଆକ୍ରମଣକାରୀ ଜଣକ, ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା, ଗାଙ୍ଗପୁର ଥାନା ପୋଲିସ । ତେବେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ହତ୍ୟାକାଣ୍ଡ ଘଟିଥିବା, ପ୍ରାଥମିକ ଅନୁସନ୍ଧାନରୁ ସନ୍ଦେହ କରିଛି ପୋଲିସ । ମୃତ ଦେହକୁ ଜବତ କରି ତଦନ୍ତ ଜାରି ରଖିଛି, ପୋଲିସ ।
