ପୁରୀ: ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସମର୍ପଣ ପକ୍ଷରୁ ଫରଚ୍ୟୁନ ସି ଫ୍ରଣ୍ଟ ହୋଟେଲ ଠାରେ ଶନିବାର ପୂର୍ବାହ୍ନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମର୍ପଣ ର ସଭାପତି ଡା.ଅଭିମନ୍ୟୁ ଭୂୟାଁ ଓ ଡା.ବିମଳ କୁମାର ସାହୁଙ୍କ ଦ୍ୱାରା ଶିବିର ଉଦଘାଟିତ ହୋଇଥିଲା । ସମର୍ପଣ ର ସମ୍ପାଦିକା ଜୟନ୍ତୀ ମହାପାତ୍ର, ଗୋବିନ୍ଦ ପାତ୍ର, ସୌମ୍ଯରଞ୍ଜନ ପାତ୍ର, ଶୁଭେନ୍ଦୁ ସାମନ୍ତରାୟ, ବଳରାମ ପାତ୍ର, ପ୍ରେମ କୁମାର ପାତ୍ର, ଚନ୍ଦ୍ରମଣି ଦାଶ, ହୋଟେଲ ଫରଚ୍ୟୁନର ଅୟନ ମିତ୍ର, ତୃପ୍ତି ଲେଙ୍କା, ଦିଲୀପ ଦେ, ଆନନ୍ଦ ସେଠ, ଶ୍ରେୟା ଘୋଷ, ରାମକୃଷ୍ଣ ସାମଲ ଓ ଅଭିଜିତ ଲେଙ୍କା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

ପୁରୀ ରକ୍ତ ଭଣ୍ଡାର କର୍ମଚାରୀ ମଙ୍ଗଳା ପ୍ରସାଦ ଦିକ୍ଷୀତ, ମନୋରଞ୍ଜନ ଭୋଇ, ଅମିତ ପାତ୍ରଙ୍କ ସହାୟତାରେ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ସମୁଦାୟ ୪୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
