ବାଲିଗୁଡା: କନ୍ଧମାଳ ର ଜଣାଶୁଣା ଚେହେରା ପ୍ରମୋଦ ଏକା ଧାରରେ ଜଣେ ମଞ୍ଚ କଳାକାର , ନାଟ୍ୟକାର ମଞ୍ଚ ନିର୍ଦ୍ଧେଶକ , ଲୋକ କଳାକାର , ବରିଷ୍ଠ ସାମ୍ୱାଦିକ ଭାବରେ ଜଣାଶୁଣା ଚେହେରା କ୍ଷ କନ୍ଧମାଳ ଜିଲ୍ଲା ବାଲିଗୁଡା ମାଟି ନୁଆସାହି ଗ୍ରାମରେ ୧୯୭୮ ମସିହା ଏପ୍ରିଲ ମାସ ୨୧ ତାରିଖ ରେ ପିତା ବାଲ୍ମୀକି ଦଣ୍ଡସେନା, ମାତା ଶ୍ରୀମତୀ ବୈଦେହୀ ଦଣ୍ଡସେନା ଙ୍କ ଗର୍ଭ ରେ ଜନ୍ମ ନେଇ ଥିଲେ. ସେ ଘରେ ଅଭାବ ଅନାଟନ ଥାଇ ମଧ୍ୟ୍ +୩ପର୍ଯ୍ୟନ୍ତ ବଡ଼ କଷ୍ଟ ରେ ପାଠ ପଢା ଶେଷ କରିଥିଲେ ପରେ ସାମ୍ବାଦିକତା ପାଠ୍ୟ କ୍ରମ ରେ ଡିଗ୍ରୀ ହାସଲ କରି ସାମ୍ବାଦିକତା କୁ ନିଜର ନିଶା ଓ ପେଶା ଭାବରେ ଆଦରି ନେଇ ଥିଲେ,. ସେ ବାଲ୍ୟ ଅବସ୍ଥା ରୁ ହିଁ କଳାରେ ନିପୁଣ ଥିଲେ. ସ୍କୁଲ୍ ଡ୍ରାମା ରେ ଅଭିନୟ ଜୀବନ ଆରମ୍ଭ ପରେ ହାଇସ୍କୁଲ ରେ ଅଧୟନ ବେଳେ ନାଟକ ତୁଳସୀ ରେ ନିଖୁଣ ଅଭିନୟ କରି ଉପସ୍ଥିତ ଦର୍ଶକ ଙ୍କୁ ସ୍ତମ୍ଭୀଭୂତ କରିଥିଲେ, ପରେ ବରିଷ୍ଠ ମଞ୍ଚ ନିର୍ଦ୍ଦେଶକ ସ୍ୱର୍ଗତଃ ବାବୁଲି ଆନ୍ନା, ଅଶ୍ୱିନୀ ମିଶ୍ର ଙ୍କ ପ୍ରେରଣା ପାଇ ମଞ୍ଚ ରେ ଅନେକ ନିଖୁଣ ଅଭିନୟ କରି ଜନ ମାନସ ରେ ମନ କିଣି ପାରିଛନ୍ତି ତାପରେ ନାଟ୍ୟକାର ମଧ୍ଯ ତାଙ୍କର ସ୍ୱ ରଚିତ ନାଟକ ଗୁମୂରୀ କାନ୍ଦୁଛି ଗୁମୁଡ଼ୁମାହକ୍ଷ, ନାଟକ ଖେମୁଣ୍ଡି ର ପାଟ୍ଟରାଣୀ ମାଆ ପାଟଖଣ୍ଡା ଓଡ଼ିଶା ର ବିଭିନ୍ନ୍ ମଞ୍ଚ ରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂଶୀତ ହୋଇଛି,

ଦଣ୍ଡ ନୃତ୍ୟ ହେଉକି ଆଦିବାସୀ ନୃତ୍ୟ ସବୁଠି ମାହିର ପ୍ରମୋଦ, ଓଡ଼ିଶା ତଥା ଓଡ଼ିଶା ବାହାରେ ନିଜ ଲୋଜନୃତ୍ୟ ଦଳ କୁ ନେଇ ବିଭିନ୍ନ୍ ମଞ୍ଚ ରେ କଳା ପ୍ରଦର୍ଶନ କରି ଅନେକ ସମ୍ମାନ ର ଅଧିକାରୀ ହୋଇପାରିଛନ୍ତି,ଜଣେ ବଳିଷ୍ଠ ନିର୍ଦ୍ଦେଶକ ମଧ୍ୟ ହେଲେ ଆଉ ଜଣେ ଭଲ ଉପସ୍ଥାପକ ଭାବରେ ଅନେକ ମଞ୍ଚ ନିଭେଇଛନ୍ତି. ତାଙ୍କ ଜୀବନ କାଳମଧ୍ୟରେ ୩୦ଟି ବହି ରେ ଅନେକ ନାଟକ ରେ ଅଭିନୟ କରିଛନ୍ତି.୧୦୦ରୁ ଉର୍ଦ୍ଧ ପଥପ୍ରାନ୍ତ ନାଟକ ର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି. ଗୁରୁ ଶ୍ରୀ ସ୍ୱର୍ଗତଃ ବାବୁଲି ପାତ୍ର, ଅଶ୍ୱିନୀ କୁମାର ମିଶ୍ର ଙ୍କ ଆଶୀର୍ବାଦ ରୁ ଅଭିନୟରେ ଅନେକ ପୁରସ୍କାର ପାଇଛନ୍ତି ଯଥା ଦକ୍ଷିଣ ଓଡିଶା ନାଟକ ମହୋତ୍ସବର ଅଭିନୟ କରି ରାଜ୍ୟ ସ୍ତରୀୟ ଆୱାର୍ଡ ପାଇଛନ୍ତି, ତାପରେ ଅଭିନୟ ଓ ନାଟ୍ୟକାର ଭୋ୍ୱ ଓଡ଼ିଶା ର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ଶତାବ୍ଦୀ ର କଳାକାର ର ଜାତୀୟ ସ୍ତରୀୟ ନାଟକ ମହୋତ୍ସବ , ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ରେ ପୁରସ୍କୃତ ହେଇଛନ୍ତି.

ସେହିପରି ଓଡ଼ିଶା ର ପ୍ରତିଷ୍ଠିତ ନାଟ୍ୟସଂସ୍ଥା ର ନାଟ୍ୟକାର ସୁବୋଧ ପଟ୍ଟନାୟକଙ୍କ ସଂସ୍ପର୍ଶ ରେ ଆସି ଓଡ଼ିଶା ତଥା କଲିକତା ରେ ନାଟକ ଦଳ ରେ ଯୋଗଦେଇ ଉଚ୍ଚ ପ୍ରସଂଶିତ ହୋଇଛନ୍ତି, ଓଡିଶା ର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ କଳାକ୍ଷେତ୍ର ଭୁବନେଶ୍ୱର ରେ ବରିଷ୍ଠ ସିନେ ତାରକା ତଥା କଳାକ୍ଷେତ୍ର ର ସଭାପତି ଅଶ୍ରୁମୋଚନ ମହାନ୍ତି ଙ୍କ ଠାରୁ ମଧ୍ଯ ଉଚ୍ଚ ପ୍ରସଂଶିତ ହୋଇଛନ୍ତି କ୍ଷ ସରକାର ଙ୍କ ଜନ ସଚେତନତା କାଯ୍ୟକ୍ରମ ଜଙ୍ଗଲ ସୁରକ୍ଷା, ନିଶା ନିବାରଣ, ପୋସ୍କୋ ଆକ୍ଟ, ଆଇନ୍ ସଚେତନ, ବାଲ୍ୟ ବିବାହ ନିରୋଧ, ପଲିଥିନ୍ ମୁକ୍ତ, ଗଞ୍ଜେଇ ଚାଷ ଓ ଚାଲାଣ ରୋକିବା, ଟ୍ରାଫିକ ନିୟମ, ମାନବ ଚାଲାଣ ରୋକିବା, ଘରୋଇ ହିଂସା, ଯୌତୁକ ନିର୍ଯାତନା, ସାଇବର୍ ଠକେଇ ରୋକିବା ଦିଗରେ ବହୁ କାର୍ଯ୍ୟ କ୍ରମ ଓଡ଼ିଶା ର ବିଭିନ୍ନ୍ ଜିଲ୍ଳା ରେ ଜନ ସଚେତନତା କାର୍ଯ୍ଯକ୍ରମ କରି ଜନ ମାନସ ରେ ଆଦୃତ ଲାଭ କରିଛନ୍ତି କ୍ଷ
