ଫୁଲବାଣୀ: ଭାରତୀୟ ମଜଦୂର ସଂଘ (ବିଏମଏସ) କନ୍ଧମାଳ ପକ୍ଷରୁ ଶ୍ରମିକ ମାନଙ୍କ ବହୁ ଦିନର ସମସ୍ୟାର ସମାଧାନ ପାଇଁ ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ନେତୃତ୍ୱରେ ଫୁଲବାଣୀ ମାଦିକୁନ୍ଦା ଛକ ଠାରୁ ଏକ ବିଶାଳ ରାଲି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲା। ଜିଲ୍ଲା ବିଏମ୍ ଏସ ସଭାପତି ଶ୍ରୀ ପରିଡ଼ା ଙ୍କ ଉପସ୍ଥିତିରେ ବିଶାଳ ସମାବେଶ ଅନୁଷ୍ଠିତ ହେଇଯାଇଛି।ଏହି ସମାବେଶ ରେ କନ୍ଧମାଳ ଜିଲ୍ଲା ର ସମସ୍ତ ଅଙ୍ଗନ୍ ୱାଡ଼ି କର୍ମୀ,ସହାୟିକା ଓ ଆଶା କର୍ମୀ ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେ। ଭାରତୀୟ ମଜଦୁର ସଂଘ (ଈଗଝ)ର କେନ୍ଦ୍ରୀୟ କାର୍ଯ୍ୟ ସମିତି ନିଷ୍ପତ୍ତି ଅନୁସାରେ ସଂଗଠିତ ଓ ଅସଂଗଠିତ ଶ୍ରମିକ ଓ ପ୍ରକଳ୍ପ କର୍ମଚାରୀମାନଙ୍କର ଦୀର୍ଘଦିନର ସମସ୍ୟା ସମାଧାନ ହେଉ ନଥିବାରୁ ରାଷ୍ଟ୍ରୀ ବ୍ୟାପି ଆନ୍ଦୋଳନ ଜରିଆରେ ସରକାରଙ୍କ ଦୃଷ୍ଟିଗୋଚର କରାଯାଇଛି।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକଙ୍କ ଜରିଆରେ ଦେଶର ପ୍ରଧାନମନ୍ତ୍ରୀ, ଶ୍ରମମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

ମୁଖ୍ୟ ଦାବିଗୁଡିକ ମଧ୍ୟରେ ଅଙ୍ଗନୱାଡି କର୍ମୀ,ସହାୟିକା ଓ ଆଶାକର୍ମୀ ମାନଙ୍କୁ କର୍ମଚାରୀ ମାନ୍ୟତା ସହିତ ସମ୍ମାନ ଜନକ ବେତନ ପ୍ରଦାନ କରିବା ଓ ଅବସର କାଳୀନ ଗ୍ରାଚ୍ୟୁଇଟି ଦଶ ଲକ୍ଷ ଟଙ୍କା , କାର୍ଯ୍ୟ କ୍ଷେତ୍ରରେ ମ?ତ୍ୟୁ ହେଲେ ଦଶ ଲକ୍ଷ ଟଙ୍କା ପ୍ରଦାନ ସହ ପରିବାରର ଜଣକୁ ଚାକିରୀ, ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପ୍ରମୋସନ ପାଇଁ ଦାବୀ କରାଯାଇଛି।ଆଶାକର୍ମୀ ମାନଙ୍କୁ ପ୍ରସୂତି କାଳୀନ ଛୁଟି ସହିତ ପୂର୍ଣ ମାନଦେୟ ନିୟମିତ ପ୍ରଦାନ କରିବାର ନୀତି ପ୍ରଣୟନ କରାଯାଉ। ଦୁଇ ବର୍ଷ ତଳେ ଗତ ନିର୍ବାଚନରେ ଦିଆ ଯାଇଥିବା ପ୍ରତିଶୃତି ମୁତାବକ ଅଙ୍ଗନୱାଡି, ଓ ଆଶା କର୍ମୀଙ୍କ ମାନଦେୟ ତ୍ୱରିତ ବ?ଦ୍ଧି କରାଯାଉ।ଚୁକ୍ତିଭିତ୍ତିକ/ଠିକା କର୍ମଚାରୀ ପ୍ରଥା ଉଛେଦ ଓ ସମସ୍ତ କର୍ମଚାରୀଙ୍କ ପାଇଁ “ସମାନ କାମ ପାଇଁ ସମାନ ଦରମା’ ଲାଗୁ କରାଯିବା ଦାବୀପତ୍ରରେ ଉଲେଖ ରହିଛି। ବଜାର ଦରକୁ ଦେଖି ସର୍ବନିମ୍ନ ମଜୁରୀ ଟ.୩୦,୦୦୦/- କୁ ବୃଦ୍ଧି,ଋଚଝ – ୯୫ ଅନ୍ତର୍ଭୁକ୍ତ ନ୍ୟୁନତମ ପେନସନକୁ ?୭,୫୦୦ କୁ ବୃଦ୍ଧି କରିବା ସହିତ ମହଙ୍ଗା ଭତ୍ତା (ଠଊଇ) ଯୋଡ଼ିବା ଏବଂ ଏହାକୁ “ଆୟୁଷ୍ମାନ ଭାରତ ଯୋଜନା’ରେ ସାମିଲ କରିବାକୁ ଦାବି କରାଯାଇଛି।

ଋଚୠ, ଋଝଓଉ ଏବଂ ବୋନସ ସୀମାକୁ ଦ୍ୱିଗୁଣିତ କରିବା,ପୁରୁଣା ପେନସନ (ଙଚଝ)ପୁନଃ ପ୍ରଚଳନ କରିବା,ଗ୍ରାଚ୍ୟୁଇଟି ଗଣନାକୁ ୧୫ ଦିନର ବଦଳରେ ୩୦ ଦିନ କରିବା, ଲାଗୁ ହେବାକୁ ଥିବା ନୂତନ ଶ୍ରମ ସଂହିତାରେ ଥିବା ଶ୍ରମିକ-ବିରୋଧୀ ନିୟମଗୁଡ଼ିକୁ ହଟାଇବା ପାଇଁ ଆବଶ୍ୟକୀୟ ସଂଶୋଧନ କରିବା, ଓଡିଶାର ବିଭିନ୍ନ ଅନୁଷ୍ଠାନ, ଉଦ୍ୟୋଗରେ ବେଆଇନି ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବୀ କରାଯାଇଛି। ଏହି ଆନ୍ଦୋଳନରେ ବିଏମଏସ ର କାର୍ଯ୍ୟକାରୀ ସଭାପତି ଗୋପାଳ ବେହେରା, ସଂଗଠନ ସମ୍ପାଦକ କାହ୍ନୁ ଚରଣ ବେହେରା ଓ ଅଙ୍ଗନବାଡି ଜିଲ୍ଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ, କୋଷାଧ୍ୟକ୍ଷ ତଥା ବ୍ଲକ ସଭାପତି ଆରତୀ ବେହେରା, ପ୍ରଭାସିନୀ ସାହୁ, ବିଷ୍ନୁପ୍ରିୟା ପଟ୍ଟନାୟକ, ବିନୋଦିନି ମହାନନ୍ଦ,ଆଶାକର୍ମୀ ସଭାନେତ୍ରୀ ଅମ୍ବିକା ବେହେରା,ସାରଦା ପରିଚ୍ଛା,ନମିତା ବଗର୍ତ୍ତି, ରୁବିତା ପ୍ରାଧନ କବିତା ନାୟକ ଓ ସହ ଜିଲାର ସମସ୍ତ ଅଙ୍ଗନବାଡି କର୍ମୀ, ସହାୟିକା, ଆଶାକର୍ମୀ, ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ଯୋଗଦେଇଥିଲେ।
