ଭୋପାଳ: ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଜାତୀୟ ରାଜପଥ-୭୧୯ରେ ଏକ ଟ୍ରକ୍ ଏକ ପିକ୍-ଅପ୍ ଗାଡ଼ି ସହିତ ଧକ୍କା ହେବା ଫଳରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୨୫ରୁ ଅଧିକ ଆହତ ହୋଇଛନ୍ତି। ଜିଲ୍ଲାର ଗୋହାଡ଼ ଚୌରାହା ଥାନା ଅଧୀନରେ ଥିବା ଛିମକା ଗାଁ ନିକଟରେ ମଧ୍ୟରାତ୍ରିରେ ଏହି ଦୁର୍ଘଟଣା ଘଟିଛି। ଶ୍ରମିକମାନେ ଗ୍ୱାଲିୟରର ଡାବ୍ରା ଏବଂ ଚିନୋର ଅଞ୍ଚଳରେ ତଳି ରୁଆ କାର୍ଯ୍ୟ ସାରି ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ନିଜ ଘରକୁ ଫେରୁଥିଲେ। ସେମାନେ ସନ୍ଧ୍ୟା ୭ଟାରେ ଚିନୋର ଛାଡିଥିଲେ ଏବଂ ରାତି ପ୍ରାୟ ୧୨:୩୦ ଟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଟ୍ରକ୍ ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା, ଫଳରେ ସେମାନଙ୍କ ଗାଡ଼ି ଓଲଟି ପଡ଼ିଥିଲା। ଜାତୀୟ ରାଜପଥ-୭୧୯ ରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି। ସେମାନେ ତଳି ରୁଆ କାର୍ଯ୍ୟ ପାଇଁ ଡାବ୍ରା ଏବଂ ଚିନୋର ଅଞ୍ଚଳକୁ ଆସିଥିଲେ ଏବଂ ଉତ୍ତର ପ୍ରଦେଶରେ ଘରକୁ ଫେରୁଥିଲେ, ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ କହିଛନ୍ତି ଯେ ପ୍ରାୟ ୨୫-୨୬ ଜଣ ଆହତଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା, ସେମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟମାନେ ସ୍ଥିର ଥିବା ଜଣାପଡ଼ିଛି। ଆହତମାନଙ୍କୁ ଗ୍ୱାଲିୟର ଟ୍ରମା ସେଣ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ତଦନ୍ତର ବିଷୟ ଏବଂ ତଦନ୍ତ ପରେ କାରଣ ଜଣାପଡିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।
