ପୁରୀ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ହତାରେ ସପ୍ତାହେ ହେଲାଣି ଗୋଟିଏ ପିଲା ନାଗସାପ ବୁଲୁଥିଲା । ଆଜି ଅପରାହ୍ନ ରେ ଏହି ସାପଟି ଏମରଜେନସି ଅଫିସ ପାଖରେ ବାଲିଅଖା ସନ୍ଧି ରେ ଥିବା ଦେଖି ସ୍ନେକ ହେଲ୍ପ ଲାଇନ ର ସଂଗ୍ରାମ ଦାସ ଙ୍କୁ ଖବର ଦେବାରେ ସେ ଆସି ଏହି ସାପଟିକୁ ଧରି ନେଇଥିଲେ ।ସପ୍ତାହ ତଳେ ଏହି ସାପଟି ଆଇନଜୀବୀ ରବି ଆଚାର୍ଯ୍ୟ ଙ୍କ ପାଖ ଗଛ ପାଖରୁ ଯାଇ ଯୁଭେନାଇଲ କୋର୍ଟ ପାଖ ବାରଣ୍ଡା ରେ ପଶି କେଉଁ ଆଡେ ଲୁଚିଯାଇଥିଲା । ସାପ ପଶିବା ଜାଣି ବାଡ଼ି ଦ୍ୱାରା ଘର ଓ ଫାଇଲ ଝଡାଝଡି କରିଥିଲେ ହେଲେ ସାପ ଦେଖାଦେଇ ନଥିଲା । ଆଜି ସାପଟି ରାସ୍ତା ରେ ଯିବା ଦେଖାଯାଇଥିଲା । ସାପଟି ଧରାଯାଇଥିବାରୁ କର୍ମଚାରୀମାନେ ଆଶ୍ୱସ୍ତି ଲାଭ କରିଥିଲେ । କାର୍ଯ୍ୟାଳୟ ପରିସର ରେ ବିଭିନ୍ନ ସ୍ଥାନ ରେ ଅଳିଆ ଆବର୍ଜନା ଗଦା ହୋଇଛି । ଲଜିଙ୍ଗ ହାଉସ ଫଣ୍ଡ ଅଫିସ ଟି ଦୀର୍ଘ ଦିନ ଧରି କାଠ, ବାଉଁଶ, ଭଙ୍ଗାଇଟା ଓ କାନ୍ଥ ଫାଟି ଆଁ କରି ରହିଛି ।

ସରୀସୃପ ଙ୍କ ଏନ୍ତୁଡ଼ିଶାଳ ପାଲଟିଛି । ପୂର୍ବରୁ ପାଖ ମୋହରିର କାର୍ଯ୍ୟାଳୟ ରୁ ଢମଣା, ନାଗ, ଚିତି ସାପ ଧରାଯାଇଥିଲା । ସବ ରେଜିଷ୍ଟର ଅଫିସ ଡାହାଣ ପଟ ଗଳିରେ ଘାସ, ଗୁଳ୍ମ, ଲତା ଓ ଅନାବନା ଗଛ ଓ ଅଳିଆ ଅବର୍ଜନା ଗଦା ହୋଇ ରହିଛି । ଲଜିଙ୍ଗ ହାଉସ ଫଣ୍ଡ ଅଫିସ ଟି ବିପଦ ସଂକୁଳ ଅବସ୍ଥା ରେ ଥିଲେ ମଧ୍ୟ ଭଙ୍ଗା ଯାଉନାହିଁ । ପୋଲିସ ବାରାକ ପାଣି ପାଇପ ପାଖ ଘର ପାର୍ଶ୍ୱ ଆବର୍ଜନା ମୟ ହୋଇ ରହିଛି । ନିର୍ବାଚନ କାର୍ଯ୍ୟାଳୟ ପଛପାଖ ମଧ୍ୟ ଅପରିଷ୍କାର ହୋଇ ରହିଛି । ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ହତା ପରିସର ପ୍ରତିଦିନ ମହାନଗର ନିଗମ ସଫେଇ କର୍ମଚାରୀ ଙ୍କ ଦ୍ୱାରା ସଫା ରଖିବା ପାଇଁ ବରିଷ୍ଟ ଆଇନଜୀବୀ ରାଜେନ୍ଦ୍ର କୁମାର ସାହୁ (କୁନୁମୁନି ), ସୁରେନ୍ଦ୍ର ସାହୁ, ବିଜୟ ମିଶ୍ର, ରାମଚନ୍ଦ୍ର ମହାପାତ୍ର, ଏସ. ଏନ. ପାତ୍ର, ରାଧେଶ୍ୟାମ ମହାନ୍ତି, ଶଙ୍କର ବିଶ୍ୱାଳ, ଭାଗିରଥି ସ୍ୱାଇଁ ପ୍ରମୁଖ ଦାବୀ କରିଛନ୍ତି । ଏହାସହ ବିଶ୍ୱସ୍ତରୀୟ ସହର ର ଜିଲ୍ଲାପାଳ ଙ୍କ ଗେଟ ଭାଙ୍ଗି ଅଣଓସାରିଆ ହୋଇ ରହୁଛି ।ନୂଆ ଗେଟ ନିର୍ମାଣ କରି ଲଗାଇବା ପାଇଁ ଦାବୀ ହେଉଛି । ପିଲା ନାଗ ଛୁଆ ମିଳି ଥିବାରୁ ତାର ମା ଆଖ ପାଖ ରେ ରହିଥିବା ଆଲୋଚନା ହେଉଛି ।
