ପୁରୀ: ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ମହର୍ଷି ଚରକ ଜୟନ୍ତୀ ଉଦଯାପିତ ହୋଇଯାଇଛି ।ସର୍ବପ୍ରଥମେ ମହର୍ଷି ଚରକଙ୍କ ପୂଜର୍ଚ୍ଚନା କରାଯାଇ ଚରକ ଅଷ୍ଟକମ୍ ସମୂହ ଗାନ କରାଯାଇଥିଲା। ଏହାପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ ବିପିନ ବିହାରୀ ଖୁଣ୍ଟିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଚରକ ସଂହିତା ରେ ବର୍ଣ୍ଣିତ ବିଭିନ୍ନ ଚିକିତ୍ସା ପଦ୍ଧତି ର ଏକ ବୈଜ୍ଞାନିକ ଅନୁଶୀଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରଫେସର ଡ଼ ଶାନ୍ତନୁ କୁମାର ଦାସ ବହୁ ପାରଦର୍ଶିତାର ସହ ଆୟୁର୍ବେଦ ଚିକିତ୍ସା ର ସେଲ୍ୟୁଲାର ଲେଭେଲ୍ ଆପ୍ଲିକେସନ ବିଷୟରେ ବିସ୍ତ୍ରୁତ ଭାବେ ବର୍ଣ୍ଣନା କରିଥିଲେ। ପ୍ରଫେସର ଡ଼ ଦୀପକ କୁମାର ସ୍ୱାଇଁ ମଧ୍ଯ ସ୍ପେସିଆଲ ମେଡିକାଲ କେସ ର ସଫଳ ଚିକିତ୍ସା ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯକ୍ରମ ସହ ଦିନଚର୍ଯ୍ୟା ରେ ଆୟୁର୍ବେଦ ର ଉପଯୋଗିତା ଏକ ବିଦେଓ ମଧ୍ୟମରେ ପ୍ରଦର୍ଶନ କରିଥିଲେ। ଚରକ ସପ୍ତାହ ଦୀର୍ଘ ୭ଦିନ ଧରି ଆୟୋଜିତ ହେଇଆସୁଥିଲା। ବିଭିନ୍ନ ପ୍ରତିଯୋଗିତା ରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଏହି ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ। କାୟଚିକିସା ସ୍ନାତ୍ତକୋତ୍ତର ବିଭାଗର ସହ ପ୍ରାଧ୍ୟାପିକା ଡ଼ ସୋନାଲିକା ଜେନା ଓ ସିଦ୍ଧାନ୍ତ ସଂହିତା ବିଭାଗର ବିଭାଗୀୟ ମୁଖ୍ୟ ଡ଼ ମଧୁମିତା ପାଣିଗ୍ରାହୀ କାର୍ଯକ୍ରମକୁ ସଞ୍ଚାଳନ କରିଥିଲେ। ପି ଜି ଛାତ୍ରଛାତ୍ରୀ ମାନେ ସମସ୍ତ କାର୍ଯକ୍ରମ କୁ ସହଯୋଗ ଓ ସମ୍ପାଦନା କରିଥିଲେ। କାୟାଚିକିତ୍ସା ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ ପ୍ରଜ୍ଞା ପ୍ରିୟଦର୍ଶିନୀ ମଲ୍ଲିକ ସମସ୍ତ କାର୍ଯକ୍ରମ ର ଅନୁଧ୍ୟାନ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଡ ସତ୍ୟଜିତ୍ ବେହେରା ସହଯୋଗ କରିଥିଲେ।ଶେଷରେ ଡ ଭାରତୀ ଲତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
