କଟକ: କଟକ ଜଗତପୁର ଥାନା ଅଞ୍ଚଳରେ ଏକାଧିକ ଚୋରି ପୋଲିସ ନିମନ୍ତେ ଖୋଲା ଚାଲେଞ୍ଜ୍? ଥିଲା। ଚଳିତ ମାସ ୧୧ତାରିଖରେ ଘଟିଥିବା ଏକ ଚୋରି ମାମଲାର ତଦନ୍ତରେ ପୋଲିସ ସିରିଜ୍? ଚୋରି ଉପରୁ ପରଦା ଉଠାଇଛି। ଆଜି (ସୋମବାର) ଜଗତପୁର ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ପ୍ରାୟ ୬ଶହ ଗ୍ରାମ୍ ସୁନା ଓ ରୁପା ଅଳଙ୍କାର ଜବତ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ, କେନ୍ଦୁଝରଜିଲ୍ଲା ଟମକା ଥାନା ଅଧୀନ ବାଗପାଟିଆ ଗାଁର ରବୀନ୍ଦ୍ର ପାତ୍ର (୩୦) ଏବଂ ଯାଜପୁର ଜିଲ୍ଲା ଯାଜପୁର ରୋଡ୍? ଥାନା ଅଧୀନ ଲକ୍ଷ୍ମୀନଗରର କୃଷ୍ଣ ଦାସ (୨୭) ଓରଫ ସାନବୁଟୁରୁ। ସାନବୁଟୁରୁ ନାମରେ ବିଭିନ୍ନ ଥାନାରେ ୨୬ଟି ଅପରାଧିକ ମାମଲା ରହିଥିବା ବେଳେ ରବୀନ୍ଦ୍ର ନାମରେ ୧୨ଟି ମାମଲା ରହିଛି। ଜଗତପୁର ଥାନାରେ ଭାସ୍କର ପାଢ଼ୀଙ୍କ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗ ଅନୁଯାୟୀ ପୁଲିସ ନଂ ୫୨୯/୨୦୨୬ରେ ବିଏନ୍?ଏସ୍?ର ଦଫା ୩୩୧(୪), ୩୦୫(କ)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଭାସ୍କରଙ୍କ ଅଭିଯୋଗ ଅନୁସାରେ, ୧୧ ତାରିଖ ପୂର୍ବାହ୍?ଣ ପ୍ରାୟ ଟାରେ ସେ ନିଜ ଦୋକାନକୁ ଯାଇଥିଲେ। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତ ଘରେ ପଶି ଆଲମାରୀରେ ରଖାଯାଇଥିବା ସୁନା ଓ ରୂପା ଗହଣା ଚୋରି କରି ନେଇଥିଲେ। ପୂର୍ବରୁ ମଧ୍ୟ ଜଗତପୁର ଥାନା ଅଞ୍ଚଳରେ ସମାନ ଢଙ୍ଗରେ ଏକାଧିକ ଗୃହ ଚୋରି ଘଟଣା ଘଟିଥିଲା। ଧରପଗଡ଼ ନେଇ ଜଗତପୁର ଥାନା ଆଇଆଇସି କହିଛନ୍ତି, ମାମଲା ରୁଜୁ ହେବା ମାତ୍ରେ ଏକ ସୂକ୍ଷ୍ମ ଏବଂ ବହୁମୁଖୀ ତଦନ୍ତ ଆରମ୍ଭ କରାଯାଇଥିଲା। ଜଗତପୁର ପୁଲିସ ଟିମ୍ ଓ ଜିଲ୍ଲା ଫୋରେନ୍ସିକ୍ ଟିମ୍?ର ସହାୟତାରେ ଘଟଣାସ୍ଥଳର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିଲେ। ଆସିବା ଓ ଯିବାର ସମ୍ଭାବ୍ୟ ସମସ୍ତ ରାସ୍ତାର ସିସିଟିଭି ଫୁଟେଜ୍?କୁ ସାବଧାନତାର ସହ ଯାଞ୍ଚ କରାଯାଇଥିଲା। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଗତିବିଧି ଓ ବ୍ୟବହୃତ ଗାଡ଼ିର ବିବରଣୀ ବିଶ୍ଳେଷଣ କରାଯାଇଥିଲା। ତଦନ୍ତକାରୀ ଟିମ୍ ଆ?ର୍ଟିଓ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରିଥିଲେ। ଏହାସହିତ, ଏହିପରି ଅପରାଧରେ ସମ୍ପୃକ୍ତ ପେଷାଦାର/ଅଭ୍ୟାସଗତ ଅପରାଧୀଙ୍କ ପରିଚୟ ଓ ସ୍ଥିତି ନିଶ୍ଚିତ କରିବା ପାଇଁ ବ୍ୟାପକ ଡିଜିଟାଲ୍ ବିଶ୍ଳେଷଣ କରାଯାଇଥିଲା। ଏହି ସମ୍ମିଳିତ ଉଦ୍ୟମ ଫଳରେ ଅଭ୍ୟାସଗତ ଅପରାଧୀମାନଙ୍କୁ କାବୁ କରାଯାଇଥିଲା। ଘନଘନ ଜେରା ସମୟରେ ଅଭିଯୁକ୍ତମାନେ ଅପରାଧରେ ନିଜର ସମ୍ପୃକ୍ତି ସ୍ୱୀକାର କରିଥିଲେ ଏବଂ ପୋଲିସକୁ ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାର ଜବତ କରିବାରେ ସହଯୋଗ କରିଥିଲେ।
