ହିନ୍ଦୋଳ: ଈଶ୍ୱରାପାଳ ଶାଳବଣିରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ଶିକାରୀ ଶିକାର ଉଦ୍ଦେଶ୍ୟରେ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ହିନ୍ଦୋଳ ବନାଞ୍ଚଳ ଖଲିବୋରେଇ ସେକ୍ସନ୍ ଅନ୍ତର୍ଗତ ଈଶ୍ୱରାପାଳ ଶାଳବଣିରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ମୃତ ଦନ୍ତାହାତୀର ବୟସ ଜଣାପଡିନଥିବାବେଳେ ଶିକାରୀ ଶିକାର ଉଦ୍ଦେଶ୍ୟରେ ବିଛାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ତେବେ ସନ୍ଦେହରେ ବନବିଭାଗ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏଥିରେ ଜଣେ ନୁହଁ ଏକାଧିକ ଲୋକ ସଂପୃକ୍ତ ଥାଇପାରନ୍ତି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ମୃତ ହାତୀଦେହରୁ ପୋଚା ଗନ୍ଧ ବାହାରୁଥିବା ଜଣାପଡ଼ିଛି।
