ଫୁଲବାଣୀ: କନ୍ଧମାଳ ଜିଲ୍ଲା ସ୍ୱାଧୀନତା ଦିବସ ପାଳନ ଅବସର ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ସରକାରଙ୍କ ଇସ୍ପାତ, ଖଣି,ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ବୃଦ୍ଧା ଶ୍ରମ (ଆଇ ଆଇ ସି ) ର ଅନ୍ତେବାସୀଙ୍କୁ ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ ଅତିଥି ମାନଙ୍କୁ ସତ୍କାର ଓ ଫଳ ଓ ଛତା ବଣ୍ଟନ କରାଯାଇଥିଲା । ଜିଲ୍ଲା ରୋଟାରୀ କ୍ଲବ୍ ପକ୍ଷରୁ ଅହିଂସା( ଏନଜିଓ ) ଦ୍ୱାରା ପରିଚାଳିତ ୍ୱୃଦ୍ଧାଶ୍ରମ ର ମୁଖ୍ୟ ଲିଆକତ ଅଲି ଖାନ ଓ କରାମତ ଅଲିଖାନ ଅତିଥି ମାନଙ୍କୁ ସ୍ୱାଗତ କରି ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ। ବୃଦ୍ଧାଶ୍ରମରେ ୬୪ ଜଣ ବୃଦ୍ଧ ବୃଦ୍ଧା ରହୁଛନ୍ତି। ଆୟୋଜିତ ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ଅନ୍ତେବାସୀ ଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ଆପଣ ମାନେ ଦୁଃଖ କରନ୍ତୁ ନାହିଁ, ଭଗବାନ ଅଛନ୍ତି, ଆମେ ଅଛୁ, ସରକାର ଅଛନ୍ତି ତମର ସମସ୍ୟା ଓ ଦୁଃଖ ବୁଝିବାକୁ, ପୁଅକୁ ମନେ ପକାଇ ଦୁଃଖ କର ନାହିଁ, ଜନ୍ମ ଦେଇ ପ୍ରତିପୋଷଣ କରି ସେମାନଙ୍କୁ ମଣିଷ କରି ସର୍ବଶେଷରେ ସେମାନଙ୍କୁ ସମ୍ପତି ଭାଗ ମିଳିଥାଏ। କିନ୍ତୁ ଯେତେ ବେଳେ ମାତାପିତା ପରିଣତ ବୟସରେ, ସେମାଙ୍କର ସେବା ନକରି ସେମାନଙ୍କୁ ବୃଦ୍ଧାଶ୍ରମରେ ପହଞ୍ଚାନ୍ତି। ମାଆ ବାପା ଙ୍କର ସମ୍ପତି ପୁଅ ଝିଅ ପାଇବା ପାଇଁ ଆଇନ ରହିଛି। କିନ୍ତୁ ପୁଅ ଝିଅର ସମ୍ପତିରୁ ବାପମାଙ୍କ ର ଭାଗ ପାଇବା ପାଇଁ ଆଇନ ନାହିଁ। ମାଆ ବାପାଙ୍କୁ ଭାଗ ଦରକାର ନାହିଁ। ସେମାନଙ୍କୁ ସେବା ଦରକାର ବୋଲି ମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ।

ସମାଜ ସେବୀ, ସାଧାରଣ ଲୋକ ଅସହାୟ ବୃଦ୍ଧ, ବୃଦ୍ଧା ଓ ଅନାଥ ପିଲାଙ୍କୁ ଟିକେ ଯଦି ରିସ୍କ ନେବେ ତେବେ ସେମାଙ୍କର ଦୁଃଖ ଓ ସମସ୍ୟା ଦୁରକରିପାରିବେ।କେବଳ ସରକାର, ଆଇନ, ଓ ପ୍ରଶାସନ ହିଁ ସେବା କରିପାରିବେ ତାହା ନୁହଁ ଆମେ ସମସ୍ତେ ବି ସହାୟତା ଓ ମାନବିକତାର ହାତ ବଢ଼ାଇ ପାରିବା ବୋଲି ଉପସ୍ଥିତ ସର୍ବସାଧାରଣ ଙ୍କୁ ଆୱାହ୍ନ ଆହ୍ୱାନ ଦେଇଥିଲେ ମନ୍ତ୍ରୀ ଶ୍ରୀ ଜେନା। ଏହି ଅବସର ରେ ଜିଲ୍ଲାପାଳ ଶ୍ରୀ ଭେଦ ଭୂଷଣ, ଏସପି ରାମେନ୍ଦ୍ର ପ୍ରସାଦ, ଆଇ,ଏ, ଏସ ପ୍ରବେଶନ ଯଶବନ୍ତ ସିଂ, ଅତିରିକ୍ତ ଜିଲ୍ଲା ପାଳ କୁଶଳ ଚନ୍ଦ୍ର ନାୟକ, ଡି ଏସ ଏସ ଓ ଡିପଦ୍ମା , ଜିଲ୍ଲା ରୋଟାରୀ କ୍ଲବ ସଭାପତି ବିଜୟ କୃଷ୍ଣ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁନୀଲ କୁମାର ପଟ୍ଟନାୟକ, ବିପ୍ର ଚରଣ ପାତ୍ର ସହକାରୀ ଗୋଭରନର, ବିରାଜିନୀ ମହାପାତ୍ର, ପ୍ରାକ୍ତନ ସମ୍ପାଦକ ବିରାଜ ନାହାକ, ଅଶୋକ ବେହେରା, ସିମାଞ୍ଚଳ ବେହେରା, ଅଶୋକ କୁମାର ପ୍ରଧାନ, ବାବୁଲା ସାହୁ, ପ୍ରାକ୍ତନ ସଭାପତି ରବୀନ୍ଦ୍ର ସୁବୁଦ୍ଧି, ପ୍ରକାଶ ଚନ୍ଦ୍ର ପଣ୍ଡା, ଉର୍ମିଳା ପଣ୍ଡା,କେ ଜ୍ଞାନ ଦୋରା, ଶୁଭ୍ରା ପଟ୍ଟନାୟକ, ଡି. ଅରୁଣା, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଡିଗଲ, ଲିଟୁ ମହାପାତ୍ର ଓ ବୃଦ୍ଧାଶ୍ରମର କର୍ମ କର୍ତ୍ତା ଯୋଗ ଦେଇଥିଲେ! ଆଶ୍ରମର ଛୋଟ ଛୋଟ ପିଲା ମାନେ ଦେଶାତ୍ମ ବୋଧ ସଂଗୀତ ଗାନ କରିଥିଲେ।
