ବାଲିଗୁଡା: ହନୁ ମାଙ୍କଡ଼ କୁ ପିଟି ପିଟି ମାରିଦେବା ପରେ ସୋସିଆଲ ମିଡ଼ିଆ ରେ ଏହାର ଭିଡ଼ିଓ ଉତ୍ତୋଳନ କରି ଭାଇରଲ କରିବା ନେଇ ବାଲିଗୁଡା ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମାଙ୍କଡ଼ କୁ ହତ୍ୟା କରିବା ସହ ଭିଡ଼ିଓ ଭାଇରଲ କରିବା ନେଇ ଦୁଇ ଜଣ ଯୁବକ କୁ ଗିରଫ କରିଛି ବାଲିଗୁଡା ବନ ବିଭାଗ। ଗିରଫ ଦୁଇ ଯୁବକ ବାଲିଗୁଡା ରେଞ୍ଜ ଅନ୍ତର୍ଗତ ସଲାଗୁଡା ପଂଚାୟତ ର ନରେଗାଁ ର ଜୟଦେବ ମଳିକ ଓ ମାନବ ମଳିକ । ତେବେ ଗିରଫ ଦୁଇ ଯୁବକ ଏକ ମାଙ୍କଡ଼ କୁ ଠେଙ୍ଗା ରେ ପିଟି ପିଟି ହତ୍ୟା କରିଥିଲେ । ପରେ ଏହାକୁ ସୋସିଆଲ ମିଡ଼ିଆ ରେ ଭାଇରଲଙ୍କ କରିବା ପରେ ବନ ବିଭାଗ ର ଦୃଷ୍ଟି କୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ଦୁଇ ଯୁବକ ଙ୍କ ନାଁ ରେ ମାମଲା ରୁଜୁ କରି ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବାଲିଗୁଡା ରେଞ୍ଜର ଡି. ସୁବାଷ ସୂଚନା ଦେଇଛନ୍ତି।
