ନୂଆଦିଲ୍ଲୀ: ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି କରାଯାଇଥବା ହସ୍ପିଟାଲ ପକ୍ଷରୁ ଶୁକ୍ରବାର କୁହାଯାଇଛି। ନଡ୍ଡାଙ୍କୁ ଗୁରୁବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ କରୋନାରୀ ଆଞ୍ଜିଓଗ୍ରାଫି ସମେତ ଅନେକ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏମ୍ସ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ବର୍ତ୍ତମାନ ସ୍ଥିର ଅଛନ୍ତି ଏବଂ ହୃଦ୍ରୋଗ ବିଭାଗରେ ପର୍ଯ୍ୟବେକ୍ଷଣ ପାଇଁ ଭର୍ତ୍ତି କରାଯାଇଛି।
