ପୁରୀ: ଗୁରୁବାର ମହର୍ଷି ଚରକ ଜୟନ୍ତୀ ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଚରକ ମଡେଲ ମେକିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବହୁତ ମାତ୍ରାରେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଚରକ ସଂହିତାରେ ବର୍ଣ୍ଣିତ ତଥ୍ୟ ଉପରେ ବିଭିନ୍ନ ମଡେଲ ମାନ ତିଆରି କରିଥିଲେ। ଏହା ସହିତ ଶ୍ଲୋକ ଆବୃତି ର ପ୍ରତିଯୋଗିତା ମଧ୍ୟ ହୋଇଥିଲା। ଆୟୁର୍ବେଦର ମୂଳ ଲକ୍ଷ, ସୁସ୍ଥ ବ୍ୟକ୍ତିର ସ୍ୱାସ୍ଥ୍ୟ ରକ୍ଷା କରିବା ଓ ରୋଗୀ ର ରୋଗ ଦୂର କରିବା। ଏହି ମୂଳ ଲକ୍ଷ୍ୟ କୁ ଆଧାର କରି ଛାତ୍ରଛାତ୍ରୀ ମାନେ ଚରକ ସଂହିତା ର ଶ୍ଲୋକମାନ ଆବୃତି କରିଥିଲେ। ବିଚାରକ ମଣ୍ଡଳୀ ସମସ୍ତ ପ୍ରତିଯୋଗୀ ମାନଙ୍କର ପ୍ରଶଂସା କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ମଧ୍ଯ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।କାୟଚିକିତ୍ସା ସ୍ନାତକୋତ୍ତର ବିଭାଗ ଓ ସଂହିତା ସିଦ୍ଧାନ୍ତ ବିଭାଗ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।
