ନୀଳଗିରି: ଓଡ଼ିଶା ସରକାରଙ୍କ ବନ୍ୟ ଆଇନ ୧୯୭୨କୁ ଅବମାନନା କରିଥିବା ବାବୁ ନାୟକ ଏବଂ ଜିତେନ୍ଦ୍ର ମଥାନକୁ କୁଲଡ଼ିହା ବନ ବିଭାଗ କାଠ ବୋଝେଇ ପିକଅପ୍ ଗାଡି ସହିତ ୧୯ଟି ଶାଳଗଣ୍ଡୀ (୭୮ ସିପ୍ଟ ) କୁ ଜବତ କରିବା ସହିତ ଉଭୟଙ୍କୁ ଓଡ଼ିଶା ବନ୍ୟ ଆଇନନୁଯାଇ ୧୮କେ ୨୫/୨୬ମାମଲାରେ ମାନ୍ୟବର ନୀଳଗିରି ଏସ୍ ଡି ଜେ ଏମ୍ କୋର୍ଟରେ ହାଜର କରିଛନ୍ତି। ଏହି ବେଆଇନ କାଠଗଣ୍ଡୀ ଚାଲାଣ କରୁଥିବା ବାବୁ ନାୟକ ଓ ଜିତେନ୍ଦ୍ର ମଥାନକୁ ୧୯୮୦ ଟ୍ରାଞ୍ଜିଟ ନିୟମ ଏବଂ ସେକ୍ସନ ୫୬ଉଲଂଘନ କରୁଥିବାରୁ ଉଭୟଙ୍କୁ ବନ ବିଭାଗ ପକ୍ଷରୁ ଧରାଯାଇ କୋର୍ଟ ଚାଲାଣ କରାଯାଇଛି। ବିବରଣୀରୁ ପ୍ରକାଶ ଉକ୍ତ କାଠଗାଡିକୁ ପୋଲିସ ସହାୟତାରେ ବନ ବିଭାଗ ଛତ୍ରପୁରରେ ଜବତ କରିଛି।ଗୋଟିଏ ପିକଅପ୍ କାଠ ଗାଡିକୁ ଧରି ବନ ବିଭାଗ ବାଃ ବାଃ ନେଉଥିବା ବେଳେ କୁଲଡ଼ିହା ରେଞ୍ଜ ଅଧିକାରୀ ବହୁ କାଠ ଗାଡି ପାଖରୁ ମୋଟା ଅଙ୍କରେ ପଇସା କାରବାର କରି ଛାଡ଼ି ଦେଉଥିବାରୁ ଧୀରେ ଧୀରେ ଜଙ୍ଗଲ ଧ୍ୱଂସ ହେବା ସହିତ ବନ୍ୟା ଜନ୍ତୁ ମାନେ ଗାଁ ମୁହାଁ ହୋଉଥିବାର ଅଭିଯୋଗ ଉଠିଛି। ରେଞ୍ଜ ଅଧିକାରୀ କାଠ ଚୋରଙ୍କ ସହିତ ସମ୍ପର୍କ ରଖି କାଠ ଚାଲାଣର ମୁଖ୍ୟ ପୁରୋଧା ସାଜିଥିବା ବେଳେ ଏ ଆଇ କେମେରା ନା ଧରି ମିଛ କେଶ କରି ନିରୀହ ଆଦିବାସୀ ମାନଙ୍କୁ ଫାସାଉ ଥିବାର ଅଭିଯୋଗ ଉଠିଛି। ଏପରିକି ସେମାନଙ୍କୁ ହାଜତ ଭିତରେ ଅମାନୁଷିକ ଭାବେ ମାଡ଼ ମାରି ଅପ୍ରାକୃତିକ ଯୌନ ସଂପର୍କ ରଖିବାକୁ ବାଧ୍ୟ କରୁଥିବାର ଗିରଫ ହୋଇଥିବା ବହୁ ଲୋକ ଅଭିଯୋଗ ଉଠାଇଛନ୍ତି। ଯାହା ଜଣାପଡ଼ୁଛି ବର୍ତ୍ତମାନର କୁଲଡ଼ିହା ରେଞ୍ଜରଙ୍କ ପାଇଁ କୁଲଡ଼ିହା ଅଭୟାରଣ୍ୟ ମରୁଭୂମି ପାଲଟିଯିବ ଏଥିରେ ସନ୍ଦେହ ନାହିଁ।
