ପୁରୀ: ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ପାଇଁ ପ୍ୟାରେଡ ପ୍ରସ୍ତୁତି ଆରମ୍ଭ ହୋଇଛି । ମଙ୍ଗଳବାର ଅପରାହ୍ନରେ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ପଡିଆରେ ପ୍ୟାରେଡ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଭିନ୍ନ ସ୍ଲୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ପ୍ୟାରେଡ ପାଇଁ ଅଭ୍ଯାସ କରୁଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହଯୋଗ କରାଯାଉଛି ।

ପୁରୀ ଜିଲ୍ଲାସ୍କୁଲ ,ବିଶ୍ୱମ୍ଭର ହାଇସ୍କୁଲ, ଗଦାଧର ହାଇସ୍କୁଲ, ମୁନିସିପାଲ ହାଇସ୍କୁଲ, ସରକାରୀ ବାଳିକା ବିଦ୍ୟାଳୟ, ବଳଗଣ୍ଡି ହାଇସ୍କୁଲ, ଏସସିଏସ କଲେଜ, ସୂରଜମଲ ସାହା କଲେଜ, ସରକାରୀ ମହିଳା କଲେଜ,ପୁରୀ ମହିଳା ମହାବିଦ୍ୟାଳୟଙ୍କ ସମେତ ସହର ପ୍ରମୁଖ ସ୍ଲୁଲର ଛାତ୍ରଛାତ୍ରୀଙ୍କ ବ୍ଯାଣ୍ଡ ର ତାଳେ ତାଳେ ପ୍ୟାରେଡ ପ୍ରସ୍ତୁତି କରୁଛନ୍ତି । ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ପରେ ପୋଲିସ ବ୍ଯାଣ୍ଡ ର ତାଳେ ତାଳେ ବିଭିନ୍ନ ସରକାରୀ ଓ ଘରୋଇ କଲେଜ ଓ ସ୍ଲୁଲର ଛାତ୍ରଛାତ୍ରୀଙ୍କ ଚିତାକର୍ଷକ ପ୍ୟାରେଡ ଓ ଅଭିବାଦନ କରାଯିବ ।
