ବେଙ୍ଗାଲୁରୁ: ମଙ୍ଗଳବାର ସକାଳେ ବେଙ୍ଗାଲୁରୁର ଏଫଟିଆଇଆଇ ସର୍କଲ୍ ନିକଟରେ ଏକ ନିର୍ମାଣାଧୀନ ଅଣ୍ଡରପାସ୍ ସ୍ଥାନରେ ମାଟିର ଏକ ଅଂଶ ଖସି ପଡ଼ିବାରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ବାଙ୍ଗାଲୋର ବିକାଶ ପ୍ରାଧିକରଣ ଦ୍ୱାରା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଏହି ଘଟଣା ଘଟିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ରିଫୋର୍ସଡ୍ ସିମେଣ୍ଟ କଂକ୍ରିଟ୍ ବିଛାଇବା ପାଇଁ ଖୋଳାଯାଇଥିବା ପ୍ରାୟ ୨୦ ଫୁଟ ଉଚ୍ଚତାର ଏକ ଗାତରେ ପାଣି ଜମା ହୋଇଥିଲା। ପାଣି ବାହାର କରାଯାଉଥିବା ସମୟରେ ମାଟି ଭୁଶୁଡ଼ି ପଡ଼ିବାରୁ ୫ ଜଣ ଶ୍ରମିକ ଫସି ରହିଥିବା ଜଣାପଡ଼ିଛି।
