ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ତା ୭/୮/୨୦୨୬ ରିଖ ଦିନ ୧.୩୦ ମିନିଟ୍ ସମୟରେ ଗ୍ରାମସଭା ଚାଲିଥିବା ବେଳେ ସମସ୍ତଙ୍କ ଉପସ୍ଥିତିରେ ବ୍ଲକ ସଭାପତି ସର୍ବେଶ୍ୱର କହଁର ସଭା ସ୍ଥାନକୁ ଆସି ନାଏବ ସରପଞ୍ଚ ମାଲେଶ୍ୱର କହଁରଙ୍କୁ ଗ୍ରାମସଭା ବୈଠକକୁ କାହିଁକି ଡାକିଲୁ ନାହିଁ, ତୁ କନ୍ଧ କେବେଠାରୁ ରାଜନୀତି କରୁଛୁ, ତୁ ଶାଳା ନାଏବ ସରପଞ୍ଚ ହେଲୁବୋଲି କାହାକୁ ମାନୁ ନାହୁଁ ବୋଲି କହି ଅଶ୍ଲିଳ ଭାଷା ପ୍ରୟୋଗ କରିବା ସହିତ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ତତସହିତ ସେ ତାଙ୍କୁ ବାରମ୍ବାର ମୁଥ ମାରି ଆଖିକୁ ଫୁଲେଇ ଦେଇଥିବା ଥାନାରେ ଏତଲା ଦେଇଛନ୍ତି। ତତ୍ ସହିତ ନାଏବ ସରପଞ୍ଚ ମାଲେଶ୍ୱର ଗଣମାଧ୍ୟମ କହିଛନ୍ତି, ବ୍ଲକ ସଭାପତି ସର୍ବେଶ୍ୱର କହଁର ବାଇକ୍ ରେ ଆସି ବାଇକ୍ ରୁ ଓହ୍ଲାଇ ମୁଁ ବ୍ଲକ ସଭାପତି ମୋତେ କାହିଁକି ଗ୍ରାମସଭା କୁ ଡାକିଲୁ ନାହିଁ କହି ନିସ୍ତୁକ ମାଡ ମାରିଲା। ବ୍ଲକ ସଭାପତି ଙ୍କ ମାଡ଼ରେ ମୋର ମୁଁହ ଆଖି ଫୁଲି ଯାଇଛି। ମୋର ଅଣ୍ଡକୋଷ ରେ ଏବଂ ଛାତିରେ ମାଡ ବାଜିଛି ବୋଲି କହିଥିବା ବେଳେ ସେଠାରେ ଚକାପାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦୟ ରଞ୍ଜନ ସାହୁ ଉପସ୍ଥିତ ଥିଲେ।ବିଡିଓ ଗୋଣ୍ଡ ଗୋଳ ନ ଲାଗିବା ପାଇଁ ଉଭୟ ଙ୍କୁ ଅଟକାଇ ଥିଲେ ମଧ୍ୟ ବ୍ଲକ ସଭାପତି ଶୁଣିନ ଥିଲା। ମୋ ମାମୁଁ ପୁଅ ପିଣ୍ଟୁ ଭିତର ପସି ମୋତେ ଛଡ଼ାଇ ନେଇ ଯାଇଥିଲା। ତା ପରେ ମୁଁ ଚେତା ଶୂନ୍ୟ ହୋଇଯାଇଥିଲି। ପିଣ୍ଟୁ ମୋତେ ବାଇକ୍ ଯୋଗେ ଟିକାବାଲି ଥାନା କୁ ନେଇ ଥିଲେ ।ଥାନାରେ ଘଟଣା ସମ୍ପର୍କରେ ଏତେଲା ଦେଇଥିଲି। ଅଭିଯୋଗ ଦେବା ପରେ ଟିକାବାଲି ମେଡିକାଲ୍ ନେଇ ଚିକିତ୍ସା କରାଯାଇଥିଲା । ଆଜକୁ ୩ ଦିନ ହେଲା ଏଫ୍ ଆଇ ଆର୍ ଦିଆଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ନାହିଁ। ମୋ ଅଭିଯୋଗ କାର୍ଯ୍ୟକାରୀ କରାଯାଇ ମୋତେ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଉ ବୋଲି ଥାନା ଅଧିକାରୀ ଙ୍କୁ ଅନୁରୋଧ କରୁଥିବା ନେଇ ନାଏବ ସରପଞ୍ଚ ମାଲେଶ୍ୱେର କହଁର ଗଣମାଧ୍ୟାମ କୁ ସୂଚନା ଦେଇଛନ୍ତି । ଚକାପାଦ ବ୍ଲକ ବିଜେପି ଦଳ ସଭାପତି ସର୍ବେଶ୍ୱର କହଁର ହୋଇଥିବାରୁ ଗତବର୍ଷ ତା ୬/୧/୨୦୨୫ ରିଖ ଦିନ ଆରାବକା ଠାରେ ମିଶନ ଶକ୍ତି ଗୃହ ଉଦଘାଟନ ହେଉଥିବା ବେଳେ ବିଧାୟକ ଉମା ଚରଣ ମଲ୍ଲିକ ଙ୍କୁ ନ ଡାକି କାହିଁକି ଉଦଘାଟନ କରାଯାଉଛି ବୋଲି ସରପଞ୍ଚ ରୁନିମା କହଁର ଙ୍କ ସହ ଗୋଣ୍ଡଗୋଳ ହୋଇଥିଲା। ବିଜେପି ସଭାପତି ବୋଲି ପୋଲିସ୍ ମୋ ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାର କୁ କିଛି ଗୁରୁତ୍ୱ ଦେଉ ନାହିଁ। ସେହି ସମୟରେ ସେଠାରେ ପ୍ରାୟ ୫୦ ଜଣ ଲୋକ ଉପସ୍ଥିତ ଥିଲେ। ପିଣ୍ଟୁ କହଁର ଏବଂ ଅନ୍ୟ ମାନେ ହସ୍ତକ୍ଷେପ କରି ସେମାନଙ୍କୁ ଅଲଗା କରିଥିଲେ। ଯାହାର ପ୍ରମାଣ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଥିବା ସିସିଟିଭି ଫୁଟେଜ୍ ଉପଲବ୍ଧ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ହୃଦୟ ରଞ୍ଜନ ସାହୁ ଚେୟାରମ୍ୟାନ ବୈନେତ୍ରି କହଁର, ସରପଞ୍ଚ ଜାନକୀ ପ୍ରଧାନ, ପ୍ରକାଶ କହଁର, ନକୁଳ କହଁର,ନମିତା ଦିଗାଲ, ବନିତା କହଁର, ଲଜିତା ମଲ୍ଲିକ, ଋତୁମା କହଁର, ବାବୁଲା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଏତଲା ଅନୁଯାୟୀ ଟିକାବାଲି ଥାନା ଅଧିକାରୀ ଶିବରାମ ସିଙ୍ଗା କେସ ନଂ ୧୫୬/୨୬ରେ ମାମଲା ରଜୁକରି ତଦନ୍ତ ଚଳାଇଛନ୍ତି କ୍ଷ
