ବାଲିଗୁଡା : କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସାରଙ୍ଗଡ଼ ଠାରୁ ବନେଗାଁ ,ବାନ୍ଦୁଡି ରାସ୍ତା ର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ଚଗଏଝଣ) ଅଧୀନରେ ନିର୍ମିତ ଦୁଇଟି କୋଲଭର୍ଟ ପୋଲ ମଧ୍ୟରୁ ଗୋଟିଏ ପୋଲର ତଳ ଅଂଶ ଦବିଯାଇଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ପୋଲଟିର ତଳ ଅଂଶ ଦବିଯିବା ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଚାରିଚକିଆ ଯାନ, ଦୁଇଚକିଆ ଯାନ ଏବଂ ସାଧାରଣ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବିଶେଷକରି ବର୍ଷା ଋତୁରେ ଏହି କ୍ଷତିଗ୍ରସ୍ତ ସ୍ଥାନ ଦୁର୍ଘଟଣାର ଆଶଙ୍କାକୁ ବଢ଼ାଇ ଦେଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗକୁ ତୁରନ୍ତ ଏହି କ୍ଷତିଗ୍ରସ୍ତ ପୋଲର ମରାମତି କରି ଯାତାୟାତକୁ ସୁରକ୍ଷିତ ଓ ସ୍ୱାଭାବିକ କରିବାକୁ ସ୍ଥାନୀୟ ସରପଞ୍ଚ ବରୁଣ କହଁର ସମେତ ଅଞ୍ଚଳ ବାସୀ ଦାବି କରିଛନ୍ତି। ଅବହେଳା ଜାରି ରହିଲେ ଆଗାମୀ ଦିନରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ଥିବା ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
