ପୁରୀ: ଭାରତର ଚିରନ୍ତନ ହସ୍ତତନ୍ତ ପରମ୍ପରା, ସଂସ୍କୃତି, ଫ୍ୟାଶନ୍ ଓ କାରିଗରୀକୁ ନେଇ ଆୟୋଜିତ ଭବ୍ୟ ବସ୍ତ୍ର ଉତ୍ସବ ୨୦୨୬ ରବିବାର ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବୟସ ବର୍ଗର ଅଂଶଗ୍ରହଣକାରୀଙ୍କ ଉପସ୍ଥିତିରେ ଏହି ଉତ୍ସବ ପରମ୍ପରା, ଆଧୁନିକ ଫ୍ୟାଶନ୍, ସଂସ୍କୃତି ଓ ହସ୍ତଶିଳ୍ପର ଏକ ଅନନ୍ୟ ସମନ୍ୱୟ ପ୍ରଦର୍ଶନ କରିଥିଲା।ଏହି କାର୍ଯ୍ୟକ୍ରମର ଆୟୋଜକ ତଥା ହୋଷ୍ଟ ଥିଲେ ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ରୁରାଲ୍ ଆଣ୍ଡ ଟ୍ରାଇବାଲ୍ ଡେଭଲପମେଣ୍ଟ (ଉଓଜଞଊ) ର ସଭାପତି ତଥା ଡବ୍ଲୁଆଇସିସିଆଇ ଓଡ଼ିଶା ହ୍ୟୁମାନ୍ ରାଇଟ୍ସ କାଉନ୍ସିଲ୍?ର ରାଜ୍ୟ ସଭାପତି ରୁଚିମିତ୍ରା ଜଗଦେବରାୟ ମହାପାତ୍ର । ସିଆଇଆରଟିଡି ପକ୍ଷରୁ ଉତ୍ସବ ଏ ହାଉସ ଅଫ ହ୍ୟାଣ୍ଡଲୁମ ହେରିଟେଜ ସହଯୋଗରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଯୁକ୍ତ ୩ ରୁ ୬୦ ବର୍ଷ ପର୍ଯ୍ୟନ୍ତ ସବୁ ପିଢ଼ି ଚାଲିଲେ ହସ୍ତତନ୍ତ ପରମ୍ପରା ସହବସ୍ତ୍ର ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଅନନ୍ୟ ହ୍ୟାଣ୍ଡଲୁମ୍ ହେରିଟେଜ୍ ୱାକ୍। ୩+ ବର୍ଷର ଶିଶୁଠାରୁ ୬୦+ ବର୍ଷ ବୟସର ଅଂଶଗ୍ରହଣକାରୀ ପର୍ଯ୍ୟନ୍ତ ବିଭିନ୍ନ ବୟସର ଲୋକେ ଭାରତର ବିଭିନ୍ନ ଅଞ୍ଚଳର ହସ୍ତତନ୍ତ ପରିଧାନ କରି ରାମ୍ପରେ ଚାଲିଥିଲେ।ପ୍ରତିଯୋଗିତାଟି ୮ଟି ବର୍ଗରେ ଆୟୋଜିତ ହୋଇଥିଲା ।ଏହି ପଦକ୍ଷେପ ମାଧ୍ୟମରେ ହସ୍ତତନ୍ତର କୌଣସି ବୟସ ସୀମା ନଥିବା ସହିତ ଏହା କିପରି ବିଭିନ୍ନ ପିଢ଼ିକୁ ଭାରତୀୟ ସାଂସ୍କୃତିକ ଐତିହ୍ୟ ସହ ଯୋଡ଼ିପାରେ, ତାହାର ଏକ ସୁନ୍ଦର ବାର୍ତ୍ତା ଦିଆଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଣ୍ଡଲଗ ପ୍ରତିଷ୍ଠାତା ସୁକୀର୍ତ୍ତି ପଟ୍ଟନାୟକ ଓଡ଼ିଶାର ଜଣେ ପ୍ରତିଷ୍ଠିତ ଉଦ୍ୟୋଗୀ, ଅଂଶଗ୍ରହଣକାରୀମାନଙ୍କୁ ନିଜ ଉଦ୍ୟୋଗୀ ଯାତ୍ରା ଓ ସମାଜ ପ୍ରତି ଅବଦାନ ବିଷୟରେ ପ୍ରେରଣା ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ପୁରୀ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ନିର୍ଦ୍ଦେଶକ ଡ. ପ୍ରଧାନ ଧୀରେନ୍ ରାୟ,ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ କୈଳାସଚ ନ୍ଦ୍ରସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।ହ୍ୟାଣ୍ଡଲୁମ୍ ହେରିଟେଜ୍ ୱାକ୍?ର ମୂଲ୍ୟାୟନ ପାଇଁ ସିନେମା, ଫ୍ୟାଶନ୍, ନୃତ୍ୟ, ଷ୍ଟାଇଲିଂ ଓ ଡିଜିଟାଲ୍ ମିଡିଆ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ବିଚାରକମଣ୍ଡଳୀ ଗଠନ କରାଯାଇଥିଲା। ଅଭିନେତା ସମୀର ଶତପଥୀ, ଆନ୍ତର୍ଜାତୀୟ ନୃତ୍ଯଶିଳ୍ପୀ ସ୍ମୃତି ସ୍ମରଣିକା ଜଗଦେବରାୟ,କୋରିଓଗ୍ରାଫର୍ ଓ ସେଲିବ୍ରିଟି ଷ୍ଟାଇଲିଷ୍ଟ ସୁନିଲ ଜେନା ,ଇନ୍?ଫ୍ଲୁଏନ୍ସର୍ ଲୋରିନ୍ ନାୟକ,ଫ୍ୟାଶନ୍ ଆଇକନ୍ ଓ ମଡେଲ୍ ଖିରାବ୍ଦି ନାୟକ, ଟିଭି ଅଭିନେତ୍ରୀ ଦିବ୍ୟାଂଶା ପଣ୍ଡା, ବିଚାରକ ଚନ୍ଦନ କୁମାର ସାହୁ,ମମାଲି ମିଶ୍ର, ସେଲିବ୍ରିଟ ଷ୍ଟାଇଲିଷ୍ଟ ବିଶେଷ ବିଚାରକ ସିବିୟାନ୍ ସାରୋନ୍ ନନ୍ଦା ୟୁ ଟ୍ରେଣ୍ଡସ ଡିଜାଇନର ଉଷାରାଣୀ ପ୍ରମୁଖ ସହ ବିଶେଷ ରାମ୍ପ ଶୋ ସହଯୋଗରେ ଆୟୋଜିତ ବିଶେଷ ରାମ୍ପ ଶୋ କାର୍ଯ୍ୟକ୍ରମକୁ ଏକ ପ୍ରିମିୟମ୍ ଫ୍ୟାଶନ୍ ଆୟାମ ପ୍ରଦାନ କରିଥିଲା। ୟୁ ଟ୍ରେଣ୍ଡସ ର ପ୍ରତିଷ୍ଠାତା ଉଷାରାଣୀଙ୍କ ଦ୍ୱାରା ଡିଜାଇନ୍ ଓ କ୍ୟୁରେଟ୍ କରାଯାଇଥିବା ସ୍ୱତନ୍ତ୍ର ହସ୍ତତନ୍ତ ପରିଧାନରେ ମଡେଲ୍?ମାନେ ରାମ୍ପରେ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ଓଲିଉଡ୍ ଶିଳ୍ପର ଜଣେ ପ୍ରତିଭାଶାଳୀ ରାପର୍ କଲ୍କିଙ୍କ ବିଶେଷ ପ୍ରଦର୍ଶନୀ ଦର୍ଶକମାନଙ୍କୁ ଆଧୁନିକ ମନୋରଞ୍ଜନର ଅନୁଭବ ଏହା ସହ ପରମ୍ପରା ଓ ସାଂସ୍କୃତିକ ଦୂତ ଦେବଯାନୀ ହୋତାଙ୍କ ବିଶେଷ ସାଂସ୍କୃତିକ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ଭାରତୀୟ ପାରମ୍ପରିକ କଳାର ଭାବଧାରାରେ ସମୃଦ୍ଧ କରିଥିଲା। କାର୍ଯ୍ୟକ୍ରମର ସଞ୍ଚାଳନା କରିଥିଲେ ଟିଭି ଆଙ୍କର୍ ଓ ପ୍ରସିଦ୍ଧ କଳାକାର ଶୁଭୋଜିତ ପଣ୍ଡା । ଉତ୍ସବ ଅବସରରେ ସମାଜ, ସଂସ୍କୃତି, କଳା ଓ ଐତିହ୍ୟ କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି, କଳାକାର, କାରିଗର ଓ ସହଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ,ବହୁମୁଖୀ ପ୍ରତିଭାସମ୍ପନ୍ନ କଳାକାର ବୁବୁନ୍ ମିଶ୍ର,ଲାଇଫ୍ଟାଇମ୍ ମେମ୍ବର୍ ଇନ୍ଦୁମତୀ ସର୍ବୋଦୟ,କାରିଗର ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ପାଇଁ ସ୍ୱତନ୍ତ୍ର ପତାକା ପ୍ରସ୍ତୁତିରେ ଅବଦାନ ହରପ୍ରିତା,ସବ୍ୟସାଚୀ ସେନାପତି, ଅବିନାଶ ମହାନ୍ତି ଓ ଅପରାଜିତା ପ୍ରିୟଦର୍ଶିନୀ ମାଝୀ ସ୍ୱାଧୀନ କଣ୍ଟେଣ୍ଟ କ୍ରିଏଟ;ର୍ କାର୍ଯ୍ୟକ୍ରମକୁ ଦୃଶ୍ୟମାନତା ଓ ପ୍ରଚାର ପ୍ରଦାନ ପାଇଁ ଓ ଡବ୍ଲୁ ଆଇସିସି ଆଇସିସିର ଓଏଚଆରସି ପୁରୀ ଜିଲ୍ଲାର ସଦସ୍ୟମାନେ ସହଯୋଗ ଓ ଅବଦାନ ପାଇଁ ବିଶେଷକରି ହରପ୍ରିତାଙ୍କ ସମ୍ମାନ ମାଧ୍ୟମରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ସହ ଜଡ଼ିତ ପବିତ୍ର କଳା ପରମ୍ପରାକୁ ସୁରକ୍ଷିତ ରଖୁଥିବା ଓଡ଼ିଶାର କାରିଗରମାନଙ୍କ ଅବଦାନକୁ ସ୍ୱୀକୃତି ଦିଆଯାଇଥିଲା।ହୋଷ୍ଟ ସିଆଇଆରଟିଡି ସଭାପତି ରୁଚିମିତ୍ରା ଜଗଦେବରାୟ ମହାପାତ୍ର, ଏବଂ ଡବ୍ଲୁ ଆଇସିସିଆଇ ଓଡ଼ିଶା ହ୍ୟୁମାନ ରାଇଟ୍ସ କାଉନସିଲ ରାଜ୍ୟ ସଭାପତି ରୁଚିମିତ୍ରା ଜଗଦେବ ରାୟ ଫ୍ୟାଶନ୍?ଠାରୁ ଆଗକୁ ଏକ ଐତିହ୍ୟର ଉତ୍ସବ ବସ୍ତ୍ର ଉତ୍ସବ ୨୦୨୬କେବଳ ଏକ ଫ୍ୟାଶନ୍ ପ୍ରତିଯୋଗିତା ନୁହେଁ, ବରଂ ଭାରତୀୟ ହସ୍ତତନ୍ତକୁ ପିନ୍ଧିବା, ଭଲପାଇବା, ସମ୍ମାନ କରିବା ଓ ସୁରକ୍ଷିତ ରଖିବା ପାଇଁ ଏକ ଐତିହ୍ୟ ଆନ୍ଦୋଳନ ଭାବେ ପରିକଳ୍ପିତ ହୋଇଥିଲା।ରାମ୍ପରେ ପ୍ରଥମ ପଦକ୍ଷେପ ନେଉଥିବା ଛୋଟ ଛୋଟ ଟିଭି ଷ୍ଟାର ଠାରୁ ଆରମ୍ଭ କରି ଟାଇମଲେସ ଇଲିଗେସନ ମାଧ୍ୟମରେ ନିଜର ଗରିମା ପ୍ରଦର୍ଶନ କରୁଥିବା ବୟୋଜ୍ୟେଷ୍ଠ ଅଂଶଗ୍ରହଣକାରୀଙ୍କ ପର୍ଯ୍ୟନ୍ତ, ଏହି ଉତ୍ସବ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା । ହସ୍ତତନ୍ତ ସମସ୍ତ ପିଢ଼ିର ପ୍ରତ୍ୟେକ ବୁଣାକାମରେ ରହିଛି ଜଣେ କାରିଗରଙ୍କ ଦକ୍ଷତା, ଏକ ସମୁଦାୟର ପରିଚୟ ଏବଂ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତରିତ ହୋଇଆସୁଥିବା ଏକ କାହାଣୀ।ବସ୍ତ୍ର ଉତ୍ସବ ୨୦୨୬ ସେହି କାହାଣୀକୁ ପାଳନ କରିଥିଲା । ଗୋଟିଏ ସୂତା, ଗୋଟିଏ ପିଢ଼ି ଓ ଗୋଟିଏ ସୁନ୍ଦର ପଦକ୍ଷେପ ସହ।କାର୍ଯ୍ୟକ୍ରମ ଶେଷରେ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ, ପୁରୀର ନିର୍ଦ୍ଦେଶକ ଡ. ପ୍ରଧାନ ଧୀରେନ୍ ରାୟଞ୍ଚଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ। ସେ ବିଶିଷ୍ଟ ଅତିଥି, ବିଚାରକମଣ୍ଡଳୀ, ଅଂଶଗ୍ରହଣକାରୀ, ସହଯୋଗୀ, ଡିଜାଇନ,ର୍ କଳାକାର, କାରିଗର, ସମର୍ଥକ, ଗଣମାଧ୍ୟମ ଏବଂ ବସ୍ତ୍ର ଉତ୍ସବ ୨୦୨୬କୁ ଏକ ସ୍ମରଣୀୟ ହସ୍ତତନ୍ତ ଉତ୍ସବରେ ପରିଣତ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
