ଦଶରଥପୁର: ବୈତରଣୀ ଶାଖା କାଣୀ ନଦୀରେ ପ୍ରବଳ ବନ୍ୟାଜଳ ଆସିବା ଯୋଗୁଁ ନିର୍ମାଣାଧୀନ ଘାଇ ଭାଙ୍ଗିଯାଇଛି। ଏହି ଘାଇ ନିକଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଶୌଚ ପାଇଁ ନଦୀକୂଳକୁ ଯାଇଥିବା ଜଣେ ବୃଦ୍ଧ ବନ୍ୟାଜଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି।
ପଟଣା ଗ୍ରାମର ବୃଦ୍ଧ ମହେଶ୍ୱର ସୁତାର ଆଜି ସକାଳେ ଶୌଚ ପାଇଁ ଘାଇ ମୁହଁ ନିକଟକୁ ଯାଇଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ବନ୍ୟାଜଳ ମଧ୍ୟକୁ ପଡ଼ିଯାଇଥିଲେ। ନିର୍ମାଣାଧୀନ ଘାଇ ମୁହଁ ନିକଟରେ ପାଣିର ସ୍ରୋତ ଅତ୍ୟନ୍ତ ପ୍ରଖର ଥିବାରୁ ବନ୍ୟାଜଳ ତାଙ୍କୁ ଟାଣି ନେଇଥିବା କୁହାଯାଉଛି। ଘଟଣା ପରେ ସ୍ଥାନୀୟ ଓଡ୍ରାଫ ଟିମ୍ ଓ ଦଶରଥପୁର ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ କରାଯାଇଛି। ଦୀର୍ଘ ସମୟ ଧରି ଖୋଜାଖୋଜି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମହେଶ୍ୱର ସୁତାରଙ୍କ କୌଣସି ସନ୍ଧାନ ମିଳିପାରିନାହିଁ। ଘଟଣାକୁ ନେଇ ପଟଣା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।ଶୌଚ ପାଇଁ ନଦୀକୂଳକୁ ଯାଇ ବନ୍ୟା ସ୍ରୋତରେ ଭାସିଗଲେ ବୃଦ୍ଧ ।
