କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା ପୁଣିଥରେ ବନ୍ୟଜନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି। ଜିଲ୍ଲା ଉତ୍ତର ବନଖଣ୍ଡ ଅଧୀନ ନର୍ଲା ରେଞ୍ଜର କମେ ବିଟ୍ର ଜାମପଡ଼ା ଓ ଖଇରମାଲ ମଧ୍ୟବର୍ତ୍ତୀ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ମିଳିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ବନ ବିଭାଗ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ଜଙ୍ଗଲ ଭିତରେ ଦନ୍ତା ହାତୀଟି ପଡ଼ିଥିବା ଦେଖିବା ପରେ ଘଟଣା ସମ୍ପର୍କରେ ବନ ବିଭାଗକୁ ଜଣାଯାଇଥିଲା। ଖବର ପାଇ ବନ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଯାଞ୍ଚ କରିଥିଲେ। ହାତୀଟିର ମୃତ୍ୟୁ କେତେ ସମୟ ପୂର୍ବରୁ ଘଟିଛି, ମୃତ୍ୟୁ ପୂର୍ବରୁ କୌଣସି ଆଘାତ ଲାଗିଥିଲା କି ନାହିଁ ଏବଂ ମୃତ୍ୟୁ ପଛରେ କୌଣସି ଅସ୍ୱାଭାବିକ କାରଣ ରହିଛି କି ନାହିଁ ସେନେଇ ତଦନ୍ତ କରାଯାଉଛି। ବନ ବିଭାଗ ପକ୍ଷରୁ ମୃତଦେହର ବ୍ୟବଚ୍ଛେଦ କରାଯାଇବା ସହ ଆବଶ୍ୟକ ନମୁନା ସଂଗ୍ରହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ହିଁ ହାତୀଟିର ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ। ତେଣୁ ବର୍ତ୍ତମାନ ସମୟରେ ବିଦ୍ୟୁତ୍ ଆଘାତ, ଶିକାର, ରୋଗ କିମ୍ବା ଅନ୍ୟ ହାତୀ ସହ ସଂଘର୍ଷକୁ ନିଶ୍ଚିତ ମୃତ୍ୟୁକାରଣ ବୋଲି କହିବା ଠିକ୍ ହେବ ନାହିଁ। (କର୍ଲାପାଟରେ ୨୦୨୧ରେ ହୋଇଥିଲା ହାତୀଙ୍କ ଗଣମୃତ୍ୟୁ) କଳାହାଣ୍ଡିରେ ହାତୀ ମୃତ୍ୟୁ କଥା ଉଠିଲେ ୨୦୨୧ ମସିହାର କର୍ଲାପାଟ ଘଟଣା ଆଜି ବି ସ୍ମରଣୀୟ। କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ଛଅଟି ହାତୀ ମୃତ୍ୟୁବରଣ କରିଥିଲେ। ପରବର୍ତ୍ତୀ ତଦନ୍ତରେ ଆଉ ଗୋଟିଏ ମୃତ ଛୁଆ ହାତୀର ମୃତଦେହ ମିଳିଥିବା ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ବିଶେଷଜ୍ଞ ତଦନ୍ତରେ ଐବରଜ୍ଞକ୍ଟକ୍ସକ୍ସଷବଶସମ ଝରକ୍ଟ୍ରଗ୍ଧସମବରଜ୍ଞସବ ସହିତ ସମ୍ପର୍କିତ ବ୍ୟାକ୍ଟେରିଆ ଚବଗ୍ଦଗ୍ଧରଙ୍କକ୍ସରକ୍ଷକ୍ଷବ ଜ୍ଞଙ୍କକ୍ଷଗ୍ଧକ୍ଟମସୟବ ମିଳିଥିଲା। ଏହି ଘଟଣା ପରେ ହାତୀ ମୃତ୍ୟୁ ରୋକିବା ପାଇଁ ଜଙ୍ଗଲ ଭିତର ଜଳାଶୟ ନିରୀକ୍ଷଣ, ଜଳ ବିଶୋଧନ ଏବଂ ଜଙ୍ଗଲ ସୀମାବର୍ତ୍ତୀ ଗାଁଗୁଡ଼ିକର ଗୃହପାଳିତ ପଶୁଙ୍କ ଟିକାକରଣ ଭଳି ପଦକ୍ଷେପ ନିଆଯାଇଥିଲା। (୨୦୨୩ରେ କର୍ଲାପାଟରେ ପୁଣି ମିଳିଥିଲା ଦନ୍ତାର ମୃତଦେହ)୨୦୨୩ ମାର୍ଚ୍ଚ ୪ରେ କର୍ଲାପାଟ ଅଭୟାରଣ୍ୟର କୁକୁରାପାଘାଟି ଅଞ୍ଚଳର ସେମିଝରଣ ନିକଟରେ ଗୋଟିଏ ଦନ୍ତା ହାତୀର ମୃତଦେହ ମିଳିଥିଲା। ସେତେବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲା। ମୃତଦେହକୁ ଶୀଘ୍ର ପୋତି ଦିଆଯାଇଥିବା ନେଇ ମଧ୍ୟ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଥିଲା। (୨୦୨୪ରେ ନର୍ଲା ରେଞ୍ଜରେ ଦୁଇ ଘଟଣା) ୨୦୨୪ ମେ’ ୩୧ରେ ନର୍ଲା ରେଞ୍ଜ ଅଧୀନ କୁଟିମସ୍କା ଜଙ୍ଗଲରୁ ପ୍ରାୟ ୧୦ ବର୍ଷ ବୟସର ଏକ ଦନ୍ତା ହାତୀର ମୃତଦେହ ମିଳିଥିଲା। ସେତେବେଳେ ବିଦ୍ୟୁତ୍ ଆଘାତ କିମ୍ବା ଶିକାରୀଙ୍କ ଗୁଳିରେ ହାତୀଟି ମରିଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଥିଲା; କିନ୍ତୁ ଅନ୍ତିମ କାରଣ ପାଇଁ ତଦନ୍ତ ଓ ପୋଷ୍ଟମର୍ଟମ ଉପରେ ନିର୍ଭର କରାଯାଇଥିଲା।ସେହି ବର୍ଷ ସେପ୍େଟମ୍ବରରେ ନର୍ଲା ରେଞ୍ଜ ଅଧୀନ ରଙ୍ଗାଡିମାଲ ଗାଁ ନିକଟ ଏକ ଆମ୍ବ ବଗିଚାରୁ ଆଉ ଗୋଟିଏ ବୟସ୍କ ମାଈ ହାତୀର ମୃତଦେହ ମିଳିଥିଲା। ହାତୀଟି ଚାରିଟି ହାତୀ ଥିବା ଏକ ଦଳର ସଦସ୍ୟ ଥିଲା ବୋଲି ବନ ବିଭାଗୀୟ ସୂତ୍ର କହିଥିଲା। ସେତେବେଳେ ମୃତ୍ୟୁର କାରଣ ପୋଷ୍ଟମର୍ଟମ ପରେ ଜଣାପଡ଼ିବ ବୋଲି କୁହାଯାଇଥିଲା। (୨୦୨୬ରେ ମଧ୍ୟ ବିବାଦରେ ହାତୀ ମୃତ୍ୟୁ ଘଟଣା) ୨୦୨୬ ଜାନୁଆରୀରେ ପଡ଼ୋଶୀ କନ୍ଧମାଳ ଜିଲ୍ଲାର ବେଲଘର ରେଞ୍ଜରେ ଏକ ହାତୀ ମୃତ୍ୟୁ ଘଟଣା ପରେ ତାହାର ମୃତଦେହକୁ ଖଣ୍ଡବିଖଣ୍ଡ କରି କଳାହାଣ୍ଡିର କେସିଙ୍ଗା ଅଞ୍ଚଳ ନିକଟରେ ପୋତାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ପରେ କଳାହାଣ୍ଡିରୁ ହାତୀର ଅବଶେଷ ଉଦ୍ଧାର ହୋଇଥିଲା। ଘଟଣାରେ ବନ ବିଭାଗୀୟ କର୍ମଚାରୀଙ୍କ ବିରୋଧରେ ତଦନ୍ତ, ନିଲମ୍ବନ ଓ ଗିରଫଦାରୀ ସମ୍ପର୍କିତ ପଦକ୍ଷେପ ନିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।
