ପୁରୀ: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ଆଶ୍ରୟ ଗୃହ (ଚାଇଲଡ ହୋମ)ରୁ ଗତ ୨୭.୦୭.୨୦୨୬ ତାରିଖରୁ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ପୁରୀ ପୋଲିସ୍?ର ପିସିଆର-୧ ଟିମ୍ ଉଦ୍ଧାର କରିଛି। ଆଜି ତାରିଖ ୦୮.୦୮.୨୦୨୬ ଦିନ ପ୍ରାୟ ଦିବା ୧.୧୦ ମିନିଟ୍ ସମୟରେ ପୋଲିସ୍?ର ଋଜ୍ଞରକ୍ସଶରଦ୍ଭମଚ୍ଚ ଜରଗ୍ଦକ୍ଟ୍ରକ୍ଟଦ୍ଭଗ୍ଦର ଝଙ୍କକ୍ଟ୍ରକ୍ଟ୍ରକ୍ଟକ୍ସଗ୍ଧ ଝଚ୍ଚଗ୍ଦଗ୍ଧରଜ୍ଞ (ଋଜଝଝ) – ଡାଏଲ ୧୧୨ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ପ୍ରାପ୍ତ ହୋଇଥିଲା। ସୂଚନା ପାଇବା ପରେ ପିସିଆର-୧ ଟିମ୍ ତତ୍କାଳ ଘଟଣାସ୍ଥଳକୁ ପହଞ୍ଚି ନାବାଳିକାଙ୍କୁ ଚିହ୍ନଟ କରି ଉଦ୍ଧାର କରିଥିଲେ। ପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି ଯେ, ସମ୍ପୃକ୍ତ ନାବାଳିକା ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳସ୍ଥିତ ଏକ ଚାଇଲଡ ହୋମରେ ରହୁଥିଲେ। ସେଠାରୁ ସେ ୨୭.୦୭.୨୦୨୬ ତାରିଖରୁ ନିଖୋଜ ଥିବା ସମ୍ପର୍କରେ ସୂଚନା ମିଳିଛି। ନାବାଳିକାଙ୍କ ସୁରକ୍ଷା, ଯତ୍ନ ଓ ଆବଶ୍ୟକ ସହାୟତାକୁ ପ୍ରାଥମିକତା ଦେଇ ପିସିଆର-୧ ଟିମ୍ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ପୁରୀ ସାଖୀ ସେଣ୍ଟରକୁ ହସ୍ତାନ୍ତର କରିଛି। ଏହାସହିତ, ନାବାଳିକା ଯେଉଁ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ଚାଇଲଡ ହୋମ ରୁ ନିଖୋଜ ହୋଇଥିଲେ, ସେଠାର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯାଉଛି। ପୁରୀ ପୋଲିସ୍ ସର୍ବଦା ନାବାଳକ/ନାବାଳିକା, ମହିଳା ଓ ଅସହାୟ ବ୍ୟକ୍ତିମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି। ଜରୁରୀ ପରିସ୍ଥିତିରେ ଡାଏଲ ୧୧୨ ମାଧ୍ୟମରେ ତୁରନ୍ତ ପୋଲିସ୍ ସହାୟତା ନେବାକୁ ସାଧାରଣ ଜନତାଙ୍କୁ ପୁରୀ ପୋଲିସ୍ ପକ୍ଷରୁ ଅନୁରୋଧ କରାଯାଉଛି
