ବାରିପଦା; ମୟୁରଭଞ୍ଜ ଜିଲ୍ଲା,ରାସଗୋବିନ୍ଦପୁର ରେଞ୍ଜ, ରାସଗୋବିନ୍ଦପୁର ବ୍ଲକରେ ହାତୀ ଉପଦ୍ରବ ଜାରି ରହିଛି । ଗତକାଲି ଯୋଡପଡା ମୁଖ୍ୟ ରାସ୍ତା ଉପରେ ଦୁଇ ଘଣ୍ଟା ରୁ ଅଧିକ ସମୟ ରହି ଯାତାୟାତ ଠପ୍ କରିଥିଲା ଦନ୍ତାହାତୀ । ସଂନ୍ଧ୍ୟା ବେଳକୁ ହାତୀ ଉଗ୍ର ରୂପ ଧାରଣ କରି ତିନି ଜଣ ଙ୍କ ଘର ଭାଙ୍ଗିଥିଲା । ହାତୀ ପଲ ଙ୍କ ଗର୍ଜନ ଶୁଣି ଘରେ ଥିବା ଲୋକେ ଭୟଭୀତ ଅବସ୍ଥାରେ ଅନ୍ୟତ୍ର ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ । ସୂଚନାଯୋଗ୍ୟ ଯେ ଗତକାଲି ସଂଧ୍ୟାରେ ହାତୀ ପଲ ଦେବଶୋଳ ପଞ୍ଚାୟତ ର ମୂଷାମାରୀ ଗ୍ରାମ ରେ ପ୍ରବେଶ କରି ତିନି ଜଣ ଙ୍କ ଘରକୁ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ବ୍ୟାପକ କ୍ଷୟକ୍ଷତି କରିଛି । ଭୟରେ ପାଟି କରିବାରୁ ପାଖ ପୋଡଶୀ ଲୋକେ ଦୌଡ଼ି ଆସି ପାଟି କରି ଘଉଡାଇବାକୁ ଚେଷ୍ଠା କରିବାରୁ ହାତୀ ରାଗିଯାଇ ପଦନ ହେମ୍ରମ ଏବଂ ସୁବୋଧ ଟୁଡୁ ଙ୍କ ଘର କୁ ଭାଙ୍ଗି ନଷ୍ଟ କରି ପଳାଇଥିଲା । ପରେ ଫାଗୁ ଟୁଡୁ ଙ୍କ ଘର ର ଝରକା ପାଖରେ ଶୁଣ୍ଢ ବଢାଇ ଟାଣିଥିଲା । ପାଖରେ ଥିବା ଏଜବେଷ୍ଟର ଘର କୁ ହାତୀ ଭାଙ୍ଗି ଧାନ ଖାଉଥିବା ବେଳେ ଦୁଇଟି ହାତୀ ଘର ସାମ୍ନାରେ ଜଗି ରହିଥିଲେ । କିଛି ସମୟ ପରେ ଧାନ ଖାଇସାରି ସେଠାରୁ ହାତୀ ଠାକୁର ପଳାଇଥିଲା ବୋଲି କହିଛନ୍ତି ଗରିବ ଆଦିବାସୀ ଫାଗୁ ହେମ୍ରମ ।

ଆଦିବାସୀ ସଂପ୍ରଦାୟ ଲୋକେ ହାତୀ କୁ ଠାକୁର ବୋଲି କହିଥାନ୍ତି । ତେବେ ହାତୀ ଭୟରେ ଫାଗୁ ଘର ଛାଡ଼ି ଗ୍ରାମରେ ଥିବା ସରକାରୀ ପାଣି ଟାଙ୍କି ଘରେ ଆଶ୍ରୟ ନେଇଥିବା କହିଛନ୍ତି । ପୁଣି ଆଜି ଭୋର ସମୟରେ ରାସଗୋବିନ୍ଦପୁର ବ୍ଲକ ର ବଣକାଟି ଗ୍ରାମ ର ଗୁରୁବାରୀ ମୁର୍ମୁ ଙ୍କ ଘରକୁ ଭଙ୍ଗାରୁଜା କରିଛି । ଅପରପକ୍ଷରେ ୨୭ ଟିକିଆ ହାତୀ ପଲ ଭାଗ ଭାଗ ହୋଇ ବିଭିନ୍ନ ଗ୍ରାମ ଆଡକୁ ଯାଉଥିବା କାରଣରୁ ବନବିଭାଗ କର୍ମଚାରୀମାନେ ନାହଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବାର ଜଣାପଡିଛି । ସମସ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା, ହାତୀ ଉପଦ୍ରବ ର ସ୍ଥାୟୀ ସମାଧାନ ପାଇଁ ଯୁବ ସାମାଜସେବୀ ଉତ୍ତମ ମହାନ୍ତି, ୪୮ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଶ୍ୟାମସୁନ୍ଦର ଡାକୁଆ,ସାରୁମୂଳା ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ସିଂ ଏବଂ ଅନ୍ୟମାନେ ଦାବି କରିଛନ୍ତି।
