ପୁରୀ: ପୁରୀ ଶ୍ୱେତଗଙ୍ଗା ପୁଷ୍କରିଣୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଭୁବନେଶ୍ୱର ସତ୍ୟଭାମାପୁର ଅଞ୍ଚଳର ସମ୍ବିତ ପ୍ରଧାନ ବୋଲି ଜଣାପଡ଼ିଛି ।ସମ୍ବିତ ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ଏହି ସମୟରେ ସେ ଶ୍ୱେତଗଙ୍ଗା ପୁଷ୍କରିଣୀରେ ସାଙ୍ଗମାନଙ୍କ ସହ ଗାଧୋଇଥିବାବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
