ଦଶପଲ୍ଲା: ଦଶପଲ୍ଲା ପୋଲିସକୁ ବଡ଼ ସଫଳତା: ବାଇକ୍ ଡିକି ଭାଙ୍ଗି ଲୁଟ୍ ମାମଲାର ପର୍ଦ୍ଦାଫାଶ, ଜଣେ ଅଭିଯୁକ୍ତ ଗିରଫ ସହ ନଗଦ ୭୦ ହଜାର ଓ ବାଇକ୍ଦ ଦଶପଲ୍ଲା ସହରରେ ଘଟିଯାଇଥିବା ଏକ ବଡ଼ଧରଣର ବାଇକ୍ ଡିକି ଲୁଟ୍ ମାମଲାର ସଫଳ ପର୍ଦ୍ଦାଫାଶ କରିଛି ଦଶପଲ୍ଲା ଥାନା ପୋଲିସ। ନୟାଗଡ଼ ସଦର ଡିଏସପି ସୁଦୀପ୍ତ କୁମାର ସାହୁ ଏବଂ ଦଶପଲ୍ଲା ଥାନା ଅଧିକାରୀ ବିନୟ ରଂଜନ ପରିଡ଼ାଙ୍କ ମିଳିତ ନିର୍ଦ୍ଦେଶ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ଏହି ଆନ୍ତଃ-ଜିଲ୍ଲା ଲୁଟେରା ଗ୍ୟାଙ୍ଗର ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳତା ହାସଲ କରିଛି। ଏହା ସହ ତାଙ୍କ ନିକଟରୁ ଚୋରି ହୋଇଥିବା ନଗଦ ୭୦,୦୦୦ ଟଙ୍କା ଏବଂ ଅପରାଧରେ ବ୍ୟବହୃତ ମୋଟରସାଇକେଲ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୦୪.୦୮.୨୦୨୬ ରିଖ ଦିନ ଦଶପଲ୍ଲା ଥାନା ଅନ୍ତର୍ଗତ ଅନ୍ଧାରକୋଟେ ଗ୍ରାମର ଅଭିମନ୍ୟୁ ବରାଡଙ୍କ ପୁଅ ସମୀର ବରାଡ (୩୦) ନିଜର ବ୍ୟକ୍ତିଗତ କାମ ପାଇଁ ଦଶପଲ୍ଲା ସହରକୁ ଆସିଥିଲେ। ସେ ସେହିଦିନ ଦଶପଲ୍ଲା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (ଝଈଓ) ଶାଖାରୁ ନଗଦ ୧,୫୦,୦୦୦ ଟଙ୍କା ଉଠାଇଥିଲେ। ଏହି ଟଙ୍କା ମଧ୍ୟରେ ୫୦୦ ଟଙ୍କିଆ ନୋଟ୍?ରେ ୧ ଲକ୍ଷ ଟଙ୍କା ଏବଂ ୧୦୦ ଟଙ୍କିଆ ନୋଟ୍ରେ ୫୦ ହଜାର ଟଙ୍କା ଥିଲା। ଟଙ୍କାତକ ଉଠାଇବା ପରେ ସେ ତାହାକୁ ସୁରକ୍ଷିତ ଭାବେ ନିଜ ମୋଟରସାଇକେଲର ଡିକି ଭିତରେ ରଖିଦେଇଥିଲେ। ଏହାପରେ ସମୀର ଦଶପଲ୍ଲା ସ୍ଥିତ ଆଇଆଇଫଏଲ ଫାଇନାନ୍ସ ବ୍ୟାଙ୍କରେ ବନ୍ଧକ ରଖିଥିବା ନିଜର ସୁନା ଅଳଙ୍କାର ମୁକୁଳାଇବା ପାଇଁ ବ୍ୟାଙ୍କ ଭିତରକୁ ଯାଇଥିଲେ। ସେହି ସମୟରେ ବ୍ୟାଙ୍କ ବାହାରେ ତାଙ୍କ ମୋଟରସାଇକେଲଟି ରଖାଯାଇଥିଲା। ତେବେ ସମୀର ବ୍ୟାଙ୍କ ଭିତରକୁ ଯିବାର ସୁଯୋଗ ନେଇ ପୂର୍ବରୁ ତାଙ୍କ ଉପରେ ନଜର ରଖି ପ?ଛା କରୁଥିବା ଦୁଇଜଣ ଶାତିର ଲୁଟେରା ବାଇକ୍ ନିକଟରେ ପହଞ୍ଚିଥିଲେ। ସେମାନେ ଅତି ଚତୁରତାର ସହ ବାଇକ୍ ଡିକିକୁ ଶାବଳ ବା କୌଣସି ଲୁହା ରଡ୍ ସାହାଯ୍ୟରେ ଭାଙ୍ଗି ସେଥିରେ ଥିବା ସମସ୍ତ ୧ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇ ଆଖିପିଛୁଳାକେ ସେଠାରୁ ଫେରାର ହୋଇଯାଇଥିଲେ। ସମୀର ବ୍ୟାଙ୍କ କାମ ସାରି ବାହାରକୁ ଫେରିବା ପରେ ବାଇକ୍ ଡିକି ଭାଙ୍ଗିଥିବା ଏବଂ ସେଥିରୁ ଟଙ୍କା ଗାଏବ ଥିବା ଦେଖି ସ୍ତବ୍ଧ ହୋଇଯାଇଥିଲେ। ସେ ତୁରନ୍ତ ସେହିଦିନ ରାତି ପ୍ରାୟ ୦୮:୦୦ ସମୟରେ ଦଶପଲ୍ଲା ଥାନାରେ ପହଞ୍ଚି ଏକ ଲିଖିତ ଏଭିଯୋଗ ଦାୟର କରିଥିଲେ।

ସମୀର ବରାଡଙ୍କ ଲିଖିତ ଅଭିଯୋଗକୁ ଆଧାର କରି ଦଶପଲ୍ଲା ଥାନାରେ କେସ୍ ନମ୍ବର ୨୦୩ (ତାରିଖ: ୦୪.୦୮.୨୦୨୬), ଧାରା ଟ/ଝ-୩୦୩(୨) ଈଘଝ ଅନୁଯାୟୀ ଏକ ସଙ୍ଗିନ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସଦର ଡିଏସପି ସୁଦୀପ୍ତ କୁମାର ସାହୁ ଏବଂ ଦଶପଲ୍ଲା ଆଇଆଇସି ବିନୟ ରଂଜନ ପରିଡ଼ାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ପୋଲିସ ଏକ ସ୍ୱେଶାଲ ସ୍କ୍ୱାଡ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ବ୍ୟାଙ୍କ ଆଖପାଖର ସିସିଟିଭି ଫୁଟେଜ୍ ଏବଂ ଗୁପ୍ତଚର ସୂଚନାକୁ ଭିତ୍ତି କରି ପୋଲିସ ଟିମ୍ ଲୁଟ୍?ରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତକୁ ରଞ୍ଜିତ ରାଓ (୧-ଇ), ପିତା- ସ୍ୱର୍ଗତ ଏ. ସତ୍ୟନାରାୟଣ ରାଓ (ଗ୍ରାମ- ପାକଳାପଲ୍ଲୀ, ଥାନା- ଆସିକା, ଜିଲ୍ଲା- ଗଞ୍ଜାମ) କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ଗିରଫ ଅଭିଯୁକ୍ତ ରଞ୍ଜିତ ରାଓ ନିକଟରୁ ଲୁଟ୍ ହୋଇଥିବା ଟଙ୍କା ମଧ୍ୟରୁ ନଗଦ ୭୦,୦୦୦ ଟଙ୍କା (ସତୁରୀ ହଜାର ଟଙ୍କା) ଉଦ୍ଧାର କରିବା ସହ ଅପରାଧ ସମୟରେ ବ୍ୟବହୃତ ହୋଇଥିବା ଏକ ଞଠଝ ମୋଟରସାଇକେଲ (ରେଜିଷ୍ଟ୍ରେସନ ନମ୍ବର: ଙଊ ୩୨ ଗ ୫୮୧୮) କୁ ମଧ୍ୟ ଜବତ କରିଛି। ଜବତ ହୋଇଥିବା ନଗଦ ୭୦,୦୦୦ ଟଙ୍କାକୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉପଯୁକ୍ତ ପ୍ରକ୍ରିୟାରେ ଜିମା (ତସଜ୍ଞବ) ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସଂପୃକ୍ତ ଥିବା ଦ୍ୱିତୀୟ ଅଭିଯୁକ୍ତ ଜଣକ ଫେରାର ଅଛି। ସଦର ଡିଏସପି ଏବଂ ଆଇଆଇସିଙ୍କ ସୂଚନା ଅନୁଯାୟୀ, ଫେରାର ଥିବା ଦ୍ୱିତୀୟ ଆସାମୀକୁ ଅତିଶୀଘ୍ର କାବୁ କରିବା ସହ ବାକି ଟଙ୍କା ଉଦ୍ଧାର କରିବା ପାଇଁ ଦଶପଲ୍ଲା ପୋଲିସର ଏକ ସ୍ୱେଶାଲ ଟିମ୍ ଗଞ୍ଜାମ ଏବଂ ଆଖପାଖ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି।
