ବାଲୁଗାଁ: ଗୁରୁବାର ପୂର୍ବାହ୍ନରେ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ଫ୍ଲାୟିଂ ସ୍କ୍ୱାର୍ଡ କଟକ ଓ ବାଲୁଗାଁ ଅବକାରୀ ବିଭାଗ ମିଳିତ ଭାବେ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ କଲୋନୀ ରୋଡ,ସାନସିରେଇପୁର,ଝିଣ୍ଟିକାପଲ୍ଲୀ ରୋଡରେ ଚଢାଉ କରି ୧୦୮ ଲିଟର ଜିଞ୍ଜର ଓ ୭୨ ଲିଟର ଦେଶୀମଦ ଜବତ କରିବାସହ ୪ ଜଣଙ୍କୁ ଗିରଫ କରିଛି।ସମସ୍ତ ଜବତ ସାମଗ୍ରୀର ଆନୁମାନିକ ମୁଲ୍ୟ ୭୬ ହଜାର ୫୦ ଟଙ୍କା ହେବ ବୋଲି ଜଣାପଡିଛି।ଅଭିଯୁକ୍ତ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ କଲୋନୀର ଦୁର୍ଯ୍ୟୋଧନ ପ୍ରଧାନଙ୍କ (୫୫) ନିକଟରୁ ୧୦୮ ଲିଟର ଜିଞ୍ଜର,ସାନସିରେଇପୁର ଗ୍ରାମର ପ୍ରତାପ କୁମାର ସୁନ୍ଦରାଙ୍କ (୩୫) ନିକଟରୁ ୨୫ ଲିଟର ଦେଶୀମଦ,ଝିଣ୍ଟିକାପଲ୍ଲୀ ଗ୍ରାମର ସୁବ୍ରତ ପରିଡ଼ାଙ୍କ (୨୫) ନିକଟରୁ ୩୨ ଲିଟର ଦେଶୀମଦ ଓ ବାଲୁଗାଁ ଥାନା ଅନ୍ତର୍ଗତ ବଦକୁଳ ଗ୍ରାମର ରାହୁଳ ସାହୁଙ୍କ (୨୦) ନିକଟରୁ ୧୫ ଲିଟର ଆସ୍କା ଫର୍ଟି ଜବତ ହୋଇଛି।ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଲୁଗାଁ ଅବକାରୀ କେଶ ନଂ ୧୨୨/୨୬-୨୭ ଓ କଟକ ଅବକାରୀ କେଶ ନଂ ୨୯୨,୨୯୩,୨୯୪/୨୬-୨୭ ରେ ପୃଥକ୍ ଭାବେ ମାମଲା ରୁଜୁକରି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଙ୍ଗୀ ଅବକାରୀ ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି।ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ସୋମ୍ୟ ରଞ୍ଜନ ବେହେରା,ଏଏସଆଇ,ରାମଚନ୍ଦ୍ର ଜେନା,କନେଷ୍ଟବଳ ରଞ୍ଜିତ ପଟେଲ,ସତ୍ୟବନ୍ତ ମାଝୀ,ସସ୍ମିତା ସେଠୀ,କଟକ ଫ୍ଲାଇଂ ସ୍କାର୍ଡ ଏସଆଇ ବିଜୟ କୁମାର ମଲିକ,ଏଏସଆଇ ସୁମତି ମହାନ୍ତି,ଏଏସଆଇ ମୀନକେତନ ମହାଳିକ,କନେଷ୍ଟବଳ ଶୋଭିତା ମଲିକ,ପବିତ୍ର କୁମାର ଦାସ, ଶଙ୍କର୍ଷଣ ରାଉତ ପ୍ରମୁଖ ସାମିଲ ଥିଲେ।
