ବ୍ରହ୍ମପୁର /ଛତ୍ରପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳି ଙ୍କ ମୃତ୍ୟୁ ଘଟିଛି ।ମୃତକ ଜଣକ ସେହି ଗ୍ରାମର ବି. ଯୋଗୀ ପାତ୍ର ବୋଲି ଜଣାପଡିଛି। ଆଜି ସକାଳୁ ବି.ଯୋଗୀ ଘରୁ ବାହାରି ଛେଳି ଚରାଇବା ପାଇଁ ଗ୍ରାମ ନିକଟରେ ଥିବା ଚୈତନ୍ୟପୁର ବିଲ ମାଳ କୁ ଯାଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା ।ଫଳରେ ବି. ଯୋଗୀ ଘଟଣା ସ୍ଥଳରେ ହିଁ ପଡିଯାଇଥିବା ଦେଖି ସ୍ଥାନୀୟ ଲୋକେ ଏକ ଅଟୋ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ସେ ଜଣେ ନିହାତି ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି ।
