ଭଞ୍ଜନଗର: ନିଶା କାରବାର ନିୟନ୍ତ୍ରଣ ଅଭିଯାନରେ ଭଂଜନଗର ପୋଲିସକୁ ପୁଣି ଏକ ବଡ଼ ସଫଳତା । ମଙ୍ଗଳବାର ଦିନ ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି ରାସ୍ତାରେ ସନ୍ଦେହଜନକ ଭାବେ ଯାଉଥିବା ଏକ କା?ର୍ ଓ ଏକ ମୋଟରସାଇକେଲକୁ ଅଟକାଇ ଯାଞ୍ଚ କରିବାବେଳେ ସେଥିରୁ ୪୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହି ଘଟଣାରେ ସମ୍ପୃକ୍ତ ୫ ଯୁବକଙ୍କୁ ପୋଲିସ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ବ୍ରାଉନସୁଗାର ସହ ଏକ ଫୋର୍ଡ ଇକୋସ୍ପୋର୍ଟ କା?ର୍, ଏକ ହୋଣ୍ଡା ୟୁନିକର୍ଣ୍ଣ ମୋଟରସାଇକେଲ, ୪ଟି ମୋବାଇଲ ଏବଂ ନଗଦ ୧୪ ହଜାର ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନିକଟସ୍ଥ ବାଉଁଶଲୁଣ୍ଡିର ଅମିତ୍? କୁମାର ବେହେରା, ଚଢ଼େୟାପଲ୍ଲୀର ସରୋଜ ମହାନ୍ତି, ଲଣ୍ଡାଜୁଆଳିର ମାନସ ରଞ୍ଜନ ଜେନା, କାହ୍ନୁ ଚରଣ ଜେନା ଓ ଭଞ୍ଜନଗରର ଏ.ଆର ମହାନ୍ତି । ତେବେ ଏହି ମାମଲାରେ ଆଉ ୨ ଜଣ ଫେରାର ରହିଥିବା ଜଣାପଡ଼ିଛି । ସେମାନଙ୍କୁ ମଧ୍ୟ ଗିରଫ ପାଇଁ ଚେଷ୍ଟା କରୁଛି ପୋଲିସ ।

ଏହି ଚଢ଼ାଉରେ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ହୋଇଥିଲା ।ଭଞ୍ଜନଗର ଏସ୍?ଡିପିଓ ଡ. ଦୀପକ କୁମାର ମିଶ୍ର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ମାମଲାରେ ଆଉ କିଛି ବ୍ୟକ୍ତି ମଧ୍ୟ ଜଡ଼ିତ ଅଛନ୍ତି । ସେମାନଙ୍କୁ ମଧ୍ୟ ଗିରଫ ପାଇଁ ପୋଲିସ ଚେଷ୍ଟା ଚଳାଇଛି ପୋଲିସ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଙ୍କ ସମେତ ଏସ୍?ଆଇ ସମୀର ସେଠୀ, ଲକ୍ଷ୍ମୀଧର ମାହାନ୍ତି, ହାବିଲଦାର ଦିଲ୍ଲୀପ କୁମାର ରାଉତ, କନଷ୍ଟେବଳ ସନ୍ତୋଷ କୁମାରନାୟକ, ସାଗର ପ୍ରଧାନ, ସୌମିତ୍ର ଦଳବେହେରା, ଅଖିଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
