ବାରିପଦା; ମୟୂରଭଂଜ ଜିଲ୍ଲା, ୍ୱିଜାତଳା ବ୍ଳକର ଏସଏସଡି ହାଇସ୍କୁଲ ଆବାସିକ ରେ ରହୁଥିବା ୍ୱାଘିଆଟାଙ୍ଗର ଉପ୍ରା ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ସୁମିତ୍ରା ସୋରେନ ସ୍କୁଲ ପରିସରରେ ଏକ ସର୍ପାଘାତରେ ପିଡିତ ଥିବା ଥିବାର ଜଣାଯାଇଛି ।ସୂଚନା ଯୋଗ୍ୟ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ସ୍କୂଲ ସମ୍ମୁଖରେ ଥିବା ଏକ ଖଜୁରୀ ଗଛ ପାଖକୁ ଯାଇଥିବା ସମୟରେ ସାପ କାମୁଡାରେ ଶିକାର ହୋଇଥିଲେ ।ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇ ଥିଲା ।ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଏବଂ ଶିଘ୍ର ଆରୋଗ୍ୟ ହେଉଛନ୍ତି ।ଖବର ପାଇ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରସେନ ଓରାମ,ଆଇପିଏଲ ମଙ୍ଗଳ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ,ଉପଖଣ୍ଡ ମଙ୍ଗଳ ଅଧିକାରୀ କମଳାକାନ୍ତ ସ୍ୱାଇଁ ,ବିଜାତଳା ବିଇଓ , ବିଜାତଳା ଏସ ଏସଡି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଛାତ୍ରୀର ସ୍ୱାସ୍ଥ୍ୟ ଅବସ୍ଥା ବୁଝାବୁଝି କରୁଥିବାର ପ୍ରକାଶ ।
