ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଗତ ୬ତାରିଖରେ ଦିଲ୍ଲୀପ ନାଏକ ନାମକ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ରେ ଯୋଡ଼ା ପୋଲିସ ଜଣେ ନା ବାଳକ କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରି ବାଳ ସୁଧାର ଗୃହ କୁ ପଠାଇଛି ।ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୬ ତାରିଖ ସନ୍ଧ୍ୟା ସମୟରେ ଘର ସଉଦା ଆଣିବା ପାଇଁ ମୃତକ ଦିଲ୍ଲୀପ ବଜାରକୁ ଯାଇ ଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଘରକୁ ଫେରି ନଥିଲେ ଘର ଲୋକ ଖୋଜାଖୋଜି କରି ଥିଲେବି କିଛି ଖବର ପାଇନଥିଲେ। ତେବେ ପରଦିନ ସକାଳେ କେହି ଦେଖି ଖବର ଦେଇଥିଲେ କି ଦିଲୀପ ଯୋଡ଼ା ବସ ଷ୍ଟାଣ୍ଡ ନିକଟ ପରିବା ମାର୍କେଟ ପାଖରେ ଆହତ ଅବସ୍ତାରେ ପଡ଼ିଛି । ପରିବାର ଲୋକେ ଯାଇ ତାକୁ ଡାକ୍ତର ଖାନା ନେଇ ଯାଇ ଥିଲେ। ଗୁରୁତର ଥିବାରୁ ଏଠାରେ ପ୍ରଥମିକ ଚିକିତ୍ସା କରି ତାଙ୍କୁ କେନ୍ଦୁଝର ଜିଲ୍ଲା ମେଡ଼ିକାଲକୁ ରେଫର କରିଥିଲେ। ତାଙ୍କର ଅବସ୍ତା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ସମ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା , ସେଠାର ଚିକିତ୍ସିତ ସମୟରେ ତାଙ୍କର ମୃତ୍ୟୁ ହେଇଥିଲା। ତେବେ ତାଙ୍କୁ ମାଡ଼ ମାରି ମୋବାଇଲ୍ ଲୁଟ୍ କରିଥିବା ନାବାଳକ କୁ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଗିରଫ କରି ବଳସୁଧାର ଗୃହକୁ ପଠାଇ ଥିବା ସୂଚନା, ପରିବାର ଦାବି କରିଥିଲେ କି ଅପରାଧି କୁ ତୁରନ୍ତ ଗିରଫ କର ତେବେ ଯୋଡ଼ା ଥାନା ଅଧିକାରୀଙ୍କ ପ୍ରତିଶୃତି ଅନୁଯାୟୀ ତାହା ଆଜି ସଫଳ ହୋଇଥିବା ଦେଖିବାକୁ ମିଳିଛି।
