ପୁରୀ: ଓଡ଼ିଶା ସରକାରଙ୍କ କ୍ରୀଡା ବିଭାଗ ଓ ଯୁବ କ୍ରୀଡା ବିଭାଗର ପ୍ରତ୍ଯେକ୍ଷ ତତ୍ତ୍ୱାବଧାନରେ ୧୪ତମ ଜୁନିୟର ଓଡ଼ିଶା ରାଜ୍ୟ ଖୋ ଖୋ ଚମ୍ପିୟନସିପ ମଙ୍ଗଳବାର ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଖୋ ଖୋ ଏକାଡେମୀ ହଲ ଠାରେ ବାଳକ ବର୍ଗର ଖୋ ଖୋ ଫାଇନାଲ ମ୍ୟାଚ ଉଦଯାପିତ ହୋଇଯାଇଛି ।ଏଥିରେ ମୁଖ୍ଯ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ ଖୋ ଖୋ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଆୟୋଜକ ଓଡିଶା ଖୋ ଖୋ ସଙ୍ଘକୁ ପ୍ରଶଂସା କରି ପିଲାମାନଙ୍କ କ୍ଯାରିୟର ଆଗକୁ ବଢିବ ବୋଲି ମତବ୍ୟକ୍ତ କରିଥିଲେ ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ,ଅନୁଗୁଳ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠ, ଭାରତୀୟ ଖୋ ଖୋ ମହାସଂଘ ଫେଡେରେସନ ର ଉପସଭାପତି ତଥା ଓଡ଼ିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର , ଯୁଗ୍ମ ସମ୍ପାଦକ ଡିସିଏପି ଦେବାଶିଷ ମିଶ୍ର,ଓଡ଼ିଶା ଖୋ ଖୋ ସଙ୍ଘ କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ,ଖୋ ଖୋ ଯୁଗ୍ମ ସଂପାଦକ ଲକ୍ଷଣନାଥ , ଜଗତସିଂହପୁର ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଜୟନ୍ତ କୁମାର ରାୟ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରିଥିଲେ । ଫାଇନାଲ ମ୍ଯାଚରେ ସମସ୍ତେ ଭଲ ଖେଳ ପ୍ରଦର୍ଶନ କରିଛନ୍ତି ।

ସେମାନେ ଏକ ମାସରେ କୋଚିଙ୍ଗ ନେଇ ହିମାଚଳ ପ୍ରଦେଶରେ ଖେଳିବେ । ଆହୁରି ଆଗକୁ ଯିବା ସହ କ୍ଯାରିୟର ନିଶ୍ଚିତ ଉଜ୍ଜଳମୟ ହେବ । ଓଡିଶାର ନାମ ରଖିବା ପାଇଁ ପରାମର୍ଶ ଦେଇଥିଲେ । କୋଣ ଅନୁକୋଣରେ ଲୁଚି ରହିଥିବା ଲୁକାୟିତ କ୍ରୀଡାବିତ ପ୍ରତିଭାକୁ ସର୍ବସାଧାରଣରେ ପରି ପ୍ରକାଶ ସହ ତାଙ୍କୁ ଦେଶର ଏକ ଶ୍ରେଷ୍ଠ କ୍ରୀଡାବିତ ଭାବେ ଗଢି ତୋଳାବା ଏହି ପ୍ରତିଯୋଗିତାର ଲକ୍ଷ ଓ ଉଦ୍ଦେଶ୍ଯ । ଏଠାରେ ଯେଉଁମାନେ ଭଲ ଖେଳିଲେ ସେମାନେ ତିନିମାସ ପରେ ହିମାଚଳ ପ୍ରଦେଶର ଜାତୀୟସ୍ତରରେ ଖେଳିବେ । ଓଡ଼ିଶାକୁ ସ୍ୱର୍ଣ୍ଣ ପଦକ ଆଣି ଆମମାନଙ୍କୁ ଗୌରବାନ୍ୱିତ କରିବା ଲକ୍ଷ ବୋଲି ଓଡ଼ିଶା ଖୋ ଖୋ ସଂଘ ସମ୍ପାଦକ ଶ୍ରୀ ମିଶ୍ର କହିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ଫାଇନାଲ ମ୍ୟାଚରେ ବାଳକ ଦଳ ଷ୍ଟେଟ ସ୍ପୋର୍ଟ୍ସ ହଷ୍ଟେଲ ପୁରୀ ୩୯ ପଏଣ୍ଟ ପାଇ ଚାମ୍ପିୟନ ହୋଇ ଥିବାବେଳ ଜଗତସିଂହପୁର ଦଳ ୨୯ ପଏଣ୍ଟ ପାଇ ରନର୍ସ ଅପ ହୋଇଥିଲା । ତୃତୀୟ ସ୍ଥାନ ଅଧିକାର କରିଥିଲେ କିସ ୟୁନିଭରସିଟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ ଗଞ୍ଜାମ ଦଳ ପାଇଥିବା ବେଳେ ଅପ କମିଙ୍ଗ ପ୍ଲେୟାର ମୟୁରଭଞ୍ଜ ଲବ ମୁର୍ମୁ, କଟକ ସତ୍ଯ ରଞ୍ଜନ ବେହେରା, ଷ୍ଟେଟ ସ୍ପୋର୍ଟ୍ସ ହଷ୍ଟେଲ ପୁରୀ ସୌମ୍ଯ ରଞ୍ଜନ ସ୍ୱାଇଁ, ବାଲେଶ୍ୱର ସିପୁନ ହେମ୍ବ୍ରମ, ଦେବଗଡ ଟୁକୁ ବେହେରା ଓ ବେଷ୍ଟ ଡିଫେଣ୍ଡର ଷ୍ଟେଟ ସ୍ପୋର୍ଟ୍ସ ହଷ୍ଟେଲ ବିଜୟ କୁମାର ମାନ୍ଦ୍ରା, ବେଷ୍ଟ ଆଟାକର ଭାବେ ଜଗତସିଂହପୁର ଶୁଭମ ସାହୁ, ପ୍ଲେୟାର ଅଫ ଟୁର୍ଣ୍ଣାମେଣ୍ଟ ଷ୍ଟେଟ ସ୍ପୋର୍ଟ୍ସ ହଷ୍ଟେଲ ପୁରୀ,ଧନ ଖିଲ ,ବେଷ୍ଟ ଅଲରାଉଣ୍ଡର ଷ୍ଟେଟ ସ୍ପୋର୍ଟ୍ସ ହଷ୍ଟେଲ ପୁରୀ ଧନ ଖିଲଙ୍କୁ ଅତିଥିମାନଙ୍କ ଦ୍ୱାର ପୁରସ୍କାର ପ୍ରଦାନ କରାଯାଇଥିଲା ।

ପ୍ରାରମ୍ଭରେ ଶାରିରୀକ ଶିକ୍ଷା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ୧୮ ବର୍ଷରୁ କମ ବୟସର ବାଳକ ଖେଳ ପ୍ରଦର୍ଶନରେ ଅଂଶ ଗ୍ରହଣ କରିଛନ୍ତି । ସୋମବାର ପ୍ରତିଯୋଗିତାରେ ବାଳକ ଦଳ ଲିଗ ମ୍ଯାଚରେ ୫୦ ଗୋଟି ଖେଳ ପ୍ରଦର୍ଶନ ହୋଇଥିଲା । ଗୋଟିଏ ଗ୍ରୁପରେ ୬ ଟି ଦଳ ଖୋ ଖୋ ଖେଳୁଥିବା ବେଳେ ୨୩ ଦଳ ଅଂଶଗ୍ରହଣ କରିଛନ୍ତି ।ବାଳକ ଦଳ ମଧ୍ଯରେ ଷ୍ଟେଟ ସ୍ପୋର୍ଟ୍ସ ହଷ୍ଟେଲ, ବାଲେଶ୍ୱର, ବଲାଙ୍ଗିର,କେନ୍ଦୁଝର, ଝାରସୁଗୁଡ଼ା, ମୟୁରଭଞ୍ଜ, ଜଗତସିଂହପୁର, କଟକ, ଅନୁଗୁଳ, ଖୋର୍ଦ୍ଧା , ଗଜପତି, ମାଲକାନଗିରି, ସୁନ୍ଦରଗଡ,ଗଞ୍ଜାମ,ବୌଦ୍ଧ,ଭୁବନେଶ୍ୱର, ଢେଙ୍କାନାଳ,ନୟାଗଡ, ସମ୍ବଲପୁର, ଦେବଗଡ, କିସ ୟୁନିଭରସିଟ,ପୁରୀ,ଯାଜପୁର ଜିଲ୍ଲାରୁ ଅଂଶଗ୍ରହଣ କରିଛନ୍ତି । ସମୁଦାୟ ୨୭୬ ଜଣ ବାଳକ ଖେଳାଳୀ ଥିବାବେଳେ ସେମାନଙ୍କ ଟିମର ମ୍ଯାନେଜର ଓ କୋଚ ୪୬ ଜଣ ଯୋଗ ଦେଇଛନ୍ତି । ଏହି ଅବସରରେ ଟେକ୍ନିକାଲ ଅଫିସର, ମ୍ଯାନେଜର ଓ ରେଫରି ମାନଙ୍କୁ ଅତିଥିମାନଙ୍କ ଦ୍ୱାର ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏଚପିସି ର ମୁଖ୍ୟ ସଞ୍ଜୀବ ଶର୍ମା ,ପୋଗ୍ରାମ ମ୍ଯାନେଜର ବାପି କୁମାର ରାୟ,ରବିନାରାୟଣ ପ୍ରଧାନ, ଦେବେଶ ଅଧିକାରୀ, ଅନ୍ନପୂର୍ଣ୍ଣା ରାଉତ, ରଚିତ ନାୟକ ,ଧର୍ମେନ୍ଦ୍ର ପଣ୍ଡା,ଭୁବନ ମୋହନ ଦାସ, ଧିରେନ୍ଦ୍ର ଦାସ, ଉମେଶ ପାଣିଗ୍ରାହୀ, ସନ୍ତୋଷ କୁମାର ପ୍ରଧାନ, ଚିନ୍ତାମଣି ପ୍ରଧାନ, ନିରଞ୍ଜନ ସାହୁ,ସୁନାକର ରାଉତ, ହିମାଂଶୁ ଶେଖର ମହନ୍ତ,ରୁତିଶ୍ରୀ ନାୟକ ,ଇତିଶ୍ରୀ ନାୟକ, ମୋନାଲିସା ପାଲ,କ୍ରୀଷ୍ଣା କୁମାରୀ ରାୟ, ସୁଶାନ୍ତ ସାହାଣୀ,ବିଷ୍ଣୁ ପ୍ରସାଦ ପ୍ରଧାନ, ରୂପାଲି ପ୍ରଧାନ, ପ୍ରକାଶ ବେଜ,ଦେବାଶିଷ ରାଉତ, ସୁବାସ ଚନ୍ଦ୍ର ବେହେରା, ସୁଶାନ୍ତ କୁମାର ଦାସ,କୁନମୁନ ବେହେରା, ଆକାଶ ରଣା ପ୍ରମୁଖ ଖେଳ ପରିଚାଳନା କରିଥିଲେ । ବାଳକ ଦଳର ଫାଇନାଲ ମ୍ୟାଚ କ୍ରୀଡାବିତ ମାନେ ଶୃଙ୍ଖଳିତ ଭାବେ ଉତ୍ସାହ ଓ ଜୋଶର ସହ ଭଲ ଖେଳୁଥିବା ଦେଖିବାକୁ ମିଳିଥିଲା ।
