ବାରିପଦା: ଅଖାପଲାଣ ନିକଟସ୍ଥ ସିମ ନଦୀରେ ଭାସିଯାଇ ବୃଦ୍ଧ ମୃତ କ୍ଷ ଗୋଟିଏ ଦିନ ପରେ ଶବ ଉଦ୍ଧାର ପରେ ଏତଲାକ୍ରମେ ଠାକୁରମୁଣ୍ଡା ଥାନାରେ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇ ଶବ ବ୍ୟବଛେଦ ନିମନ୍ତେ କରଞ୍ଜିଆ ପଠାଯାଇଛି କ୍ଷ ଘଟଣାରୁ ପ୍ରକାଶଯେ ଅଖାପଲାଣ ଗ୍ରାମର ଅନାମ ରେଣସିଆ (୬୫) ୩ ତାରିଖ ମାଛ ଧରିବାକୁ ଜାଲ ଧରି ସନ୍ଧ୍ୟାରେ ସିମ ନଦୀକୁ ଯାଇଥିଲେ କ୍ଷ ମାତ୍ର କୌଣସି କାରଣରୁ ପାଣିରେ ବୁଡି ଯାଇଥିଲେ କ୍ଷ ଅନାମଙ୍କ ପୁଅ ସନାତନ ଘଟଣା ଜାଣିବା ପରେ ଗାଁ ଲୋକଙ୍କୁ ନେଇ ଖୋଜାଖୋଜି କରିଥିଲେ କ୍ଷ ବିଫଳ ହେବାରୁ ଅଗ୍ନିଶମ ବାହିନୀ ଓ ଠାକୁରମୁଣ୍ଡା ଥାନାକୁ ଜଣାଇଥିଲେ କ୍ଷ ଅଗ୍ନିଶମ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ୪ ତାରିଖ ଭୋର ୫ ଟା ସମୟରେ ଶବ ଉଦ୍ଧାର କରିଥିଲା କ୍ଷ ଉଦ୍ଧାର ସମୟରେ ଜାଲ ଡୋରି ହାତରେ ବନ୍ଧା ଥିବା ଓ ଜାଲ ସହ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଥିଲା କ୍ଷ ସନାତନଙ୍କ ଏତଲାକ୍ରମେ ଠାକୁରମୁଣ୍ଡା ଥାନାରେ ୧୪/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଥାନାଧିକାରୀ ଶରତ କୁମାର ମହାଳିକ ଶବ ବ୍ୟବଛେଦ ନିମନ୍ତେ କରଞ୍ଜିଆ ପଠାଇଥିବା ସୂଚନା ଦେଇଛନ୍ତି କ୍ଷ ଅନାମଙ୍କ ପରିବାରକୁ ସରକାର ନିୟମ ମୁତାବକ ଆର୍ôଥକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।
