Oplus_16908288
ଆସିକା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲା ତଥା ଜିଲ୍ଲା ବାହାର ଅଚଂଳର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ପାଇଁ ଆଜି ରିବିବାର ଶୁଭଖୁଟିଂ ସ୍ଥାପନ ହୋଇଛି । ଏହି ଶୁଭଖୁଟିଂ ସ୍ଥାପନ ବେଳେ ମା ଖମ୍ବେଶ୍ୱରୀଙ୍କ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ମନ୍ତ୍ରପାଠ ଧ୍ୱନୀ ସାଙ୍ଗକୁ ବାଜା ବାଜଣାରେ ସାରା ପରିବେଶ ଉଛୁଳି ପଡିଥିଲା । ମା ଖମ୍ବେଶ୍ୱରୀ ମନ୍ଦିର ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସ୍ୱାଇଁଙ୍କ ନିଷ୍ଠାପର ଉଦ୍ୟମ ଓ ମା’ଙ୍କ ଆର୍ଶୀବାଦ ଯୋଗୁଁ ପ୍ରତିବର୍ଷ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମା’ଙ୍କ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ସୂଚନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ମାଙ୍କ ନଗର ପରିକ୍ରମା କରାଯିବ ଓ ୨୫ ତାରିଖ ଦିନ ନଗର ପରିକ୍ରମା ସମାପନ ହେବ । ଏହାପରେ ୨୬ ତାରିଖ ଦିନ ବୈଶାଖୀ ଯାତ୍ରା ଶେଷ ହେବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହି ଶୁଭଖୁଟିଂ ସ୍ଥାପନ ବେଳେ ମନ୍ଦିରର ସମସ୍ତ ପୂଜକ ଓ ଯାତ୍ରା କମିଟି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ସଂକ୍ରାନ୍ତି ଥିବାରୁ ମନ୍ଦିରରେ ଦନ ତମାମ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଭୋର ସକାଳୁ ମାଙ୍କ ମାଜଣା ହୋଇଥିଲା । ଦିନ ପ୍ରାୟ ୧୨.୪୫ ମିିନିଟ ସମୟରୁ ୧.୧୫ ମିନିଟ ପର୍ଯ୍ୟନ୍ତ ଶୁଭଖୁଟିଂ ସ୍ଥାପନ ପାଇଁ ଶୁଭ ସମୟ ଧାର୍ଯ୍ୟ ହୋଇଥିଲା ।
