କନ୍ଧମାଳ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଲେଟିଙ୍ଗିଆ ଘାଟିରେ ଆଇଚର ବାହାନରେ କ୍ଷକନ୍ଦିବାନ୍ଧା ଗ୍ରାମ ର ସାହିଲ ପ୍ରଧାନ ନାମକ ଗଂଜେଇ ଚୋରା ଚାଲାଣ କରୁ ଥିବା ବେଳେ ଆଇଚର ଗାଡି କୁ କାବୁ କରିଛି କ ନୂଆଗାଁ ପୋଲିସ କ୍ଷ ଗଞ୍ଜେଇ ମାଫିଆ ଡ୍ରାଇଭର ସହିତ ମାଫିଆ ଫେରାର । କ.ନୂଆଗାଁ ପୋଲିସ ୧୦ଜଣିଆ ଦଳ ପେଟ୍ରୋଲିଂ ବେଳେ ଲେଟିଙ୍ଗିଆ ଘାଟିରେ ଗଞ୍ଜେଇ ଅଖା ଧରି ଅନ୍ତ ରାଜ୍ୟ କୁ ଚାଲାଣ କରାଯାଉ ଥିବା ବେଳେ ଗାଡି ଟିକୁ କାବୁ କରିଛି ପୋଲିସ । ତେବେ ମାଫିଆ ପୋଲିସ ଗାଡିକୁ ଦେଖି ଦୌଡ଼ୁ ଖସିପଳେଇଥିଲେ। ଉକ୍ତ ଗଞ୍ଜେଇ ଅଖାରେ ଥିବା ୧୦୫ କେଜି ଗଂଜେଇ ଜବତ କରିବା ସହିତ ଗଞ୍ଜେଇ ଚୋରା ଚାଲାଣକାରୀ ଆନ୍ଦ୍ରାପ୍ରଦେଶ ରାଜ୍ୟ ର ଗାଡି ନମ୍ବର ଥିବାରୁ ଆନ୍ଦ୍ରାପ୍ରଦେଶ କୁ ଚାଲାଣ କରୁଥିବା କହିଛନ୍ତି। ଏଥିରେ ଆଇ ଆଇ ସି ଆଶୁତୋଷ ଜେନାଙ୍କ ନେତୃତ୍ୱ ରେରାତ୍ରିକାଳୀନ ପେଟ୍ରୋଲିଙ୍ଗ କରୁଥିବା କହି ଛନ୍ତି କ୍ଷ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରା,ଏଏସଆଇ ବାସୁଦେବ ପଣ୍ଡାଙ୍କ ସମେତ ପୋଲିସ କର୍ମଚାରୀ ସହଯୋଗ କରିଥିଲା ବେଳେ ଏନ ଡି ପି ଏସ ଥାନା କେସ ନଂ ୪୯/୨୬ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଗଞ୍ଜେଇ ମାଫିଆକୁ ଖୁବ ଶୀଘ୍ର ଚାଲାଣକାରି ସାହିଲ ପ୍ରଧାନ ଙ୍କୁ ଗିରଫ କରାଯିବ ବୋଲି କହି ଛନ୍ତି ଥାନା ଅଧିକାରୀ ଆଶୁତୋଷ ଜେନା।
