ଭଂଜନଗର : ବେଲଗୁଣ୍ଠାରେ, ଦୁଇ ପରିବାର ମଧ୍ୟରେ ଅସନ୍ତୋଷକୁ କେନ୍ଦ୍ରକରି ଗଣ୍ଡଗୋଳ । ଆକ୍ରମଣ ଓ ପ୍ରତିଆକ୍ରମଣରେ ଦୁଇ ଆହତ । ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କଲା ବେଲଗୁଣ୍ଠା ଥାନା ପୋଲିସ । ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବର ଦେଇଥିବା ସୂଚନା ପ୍ରକାରେ ବେଲଗୁଣ୍ଠା ସିନେମା ହଲ୍ ଛକରେ ରହୁଥିବା କୁନା ବେହେରା , ସ୍ତ୍ରୀ ପ୍ରମିଳା ବେହେରା ଏବଂ ତାଙ୍କ ପୁଅ ମିଶି କୈ।ଣସି କାରଣକୁ ନେଇ କୋଳିସାହି ର ଚନ୍ଦ୍ରଶେଖର ପାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏନେଇ ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଦୁଇଟି ଅଭିଯୋଗ ଆଧାରରେ ଥାନା କେଶ୍ ନମ୍ବର ୯୪/୨୬ ଏବଂ ୯୫/୨୬ ରେ ଦୁଇଟି ମାମଲା ରୁଜୁ କରିଥିଲା ପୋଲିସ । ଏବଂ ଉଭୟ ପକ୍ଷର କୁନା ବେହେରା ଓ ତାଙ୍କ ସ୍ତ୍ରୀ ପ୍ରମିଳା ବେହେରା ଏବଂ ଚନ୍ଦ୍ରଶେଖର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
