ପୁରୀ: ବଳିଆପଣ୍ଡା ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସାଧନା କେନ୍ଦ୍ର ଦଶ କୋଟି ନିଶା ମୁକ୍ତି ପ୍ରତିଜ୍ଞା ମହାଅଭିଯାନର ଶୁଭାରମ୍ଭ ଉତ୍ସବ ରବିବାର ପୂର୍ବାହ୍ନ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ନିଶା ମୁକ୍ତ ଭାରତ ଅଭିଯାନର ଏକ ଅଂଶ ରୂପେ ଏହି ଅଭିଯାନ ଅଗଷ୍ଟ ୬ତାରିଖ ରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ତାରିଖ ରେ ସମାପନ ହେବ। ଏଥିରେ ସାରା ଭାରତ ବର୍ଷର ଶିକ୍ଷାନୁଷ୍ଠାନ ରେ ଥିବା ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ସଂଗଠନ ର ସଦସ୍ୟ /ସଦସ୍ୟା ଗଣ ଯୁବ ବର୍ଗ ଓ ସର୍ବୋପରି ଜନ ମାନସ ରେ ନିଶା ସେବନ ପ୍ରତି ନକାରାତ୍ମକ ମନୋଭାବ ସ୍ରୁଷ୍ଟି କରିବା ପାଇଁ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଏହା ଏକ ସେବା ଧର୍ମୀ ପ୍ରୟାସ। ଏହି ମହା ଅଭିଯାନ ର ଶୁଭାରମ୍ଭ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁରୀ ପରମାନେଣ୍ଟ ଲୋକ ଅଦାଲତ ର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା କହିଲେ ଯେ ନିଶା- ରାକ୍ଷସ ପରି ସାରା ସମାଜ କୁ କବଳିତ କରି ରଖିଛି। ନିଶା ଗ୍ରସ୍ତ ବ୍ୟକ୍ତି ନିଜ କୁ ନିଜ ପରିବାର କୁ ଏବଂ ସମାଜ କୁ କ୍ଷତି ପହଞ୍ଚାଇ ଥାଏ। ଯଦି ବ୍ୟକ୍ତି ନିଜେ ସଚେତନ ନୁହଁନ୍ତି ତେବେ ଆଇନ କାନୁନ ବା ନିଦାନ ତାଙ୍କୁ ସେଥିରୁ ମୁକ୍ତ କରି ପାରିବ ନାହିଁ। ସେଥିରୁ ମୁକ୍ତ ହେବା ପାଇଁ ଧ୍ୟାନ ଧାରଣା ଆସନ ପ୍ରାଣାୟାମ ସର୍ବୋପରି ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ରେ ଶିକ୍ଷା ଦିଆ ଯାଉଥିବା ରାଜ ଯୋଗ ଏବଂ ଅଧ୍ୟାତ୍ମିକ ଜ୍ଞାନ ହିଁ ସେଥିରୁ ନିବୃତ୍ତ କରି ପାରିବ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଓଡିଶା ସରକାର ଙ୍କ ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି ନିଶା ସେବନ ର କୁ ପରିଣାମ ତଥା ସେଥିରୁ ମୁକ୍ତ ହେବା ପାଇଁ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ରାଜ ଯୋଗ ଅଭ୍ୟାସ ଓ ଆଧ୍ୟାତ୍ମିକ ଜ୍ଞାନ କିପରି ମହୋଷଧି ରୂପେ କାମ କରୁ ଅଛି ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ଅବତାରଣା କରିଥିଲେ। ଇଶ୍ୱରୀୟ ରାଜ ଯୋଗ ସାଧନା କେନ୍ଦ୍ର ର ନିର୍ଦ୍ଦେଶିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର ନିରୁପମା ଇଶ୍ୱରୀୟ ଆଶୀର୍ବଚନ ପ୍ରଦାନ କରିଥିଲେ। ସାଧନା କେନ୍ଦ୍ର ର ଅତିରିକ୍ତ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମା କୁମାରୀ ପ୍ରତିମା ରାଜ ଯୋଗ ଅଭ୍ଯାସ କରାଇବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଭ୍ରାତା ବ୍ରହ୍ମା କୁମାର ଡକ୍ଟର ସତ୍ୟାନନ୍ଦ ମଞ୍ଚ ସଂଯୋଜନା କରିଥିଲେ। ଏଥିରେ ପୁରୀ ଜିଲ୍ଲା ତଥା ଆଖ ପାଖ ଅଞ୍ଚଳର ବହୁ ସେବା ଧର୍ମୀ ଜନ ସାଧାରଣ ଓ ବ୍ରହ୍ମା କୁମାରୀ ସଂସ୍ଥା ର ଭାଇ ଭଉଣୀ ମାନେ ଯୋଗ ଦାନ କରି ଥିଲେ।
