ବାଲିଗୁଡା: ବାଲିଗୁଡା ମା ପାଟଖଣ୍ଡା ଠିକାଦାର ସଙ୍ଘ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସଙ୍ଘ ସଭାପତି ସ୍ୱପ୍ନେଶ୍ୱର ସାହୁ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ନିକଟରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଠିକାଦାର ମାନଙ୍କ ବିଭିନ୍ନ ଠିକା କାର୍ଯ୍ୟ ସମ୍ପର୍କ ରେ ଆଲୋଚନା ହୋଇଛି । କନ୍ଧମାଳ ଜିଲ୍ଲା ବିଭିନ୍ନ ସରକାରୀ କାର୍ଯ୍ୟ ଗୁଡିକ ରେ ଠିକା କାର୍ଯ୍ୟ ସଙ୍ଘ ର ଅନୁମତି ବିନା ଅନ୍ୟ ଜିଲ୍ଲା ଠିକାଦାର ମାନଙ୍କୁ ବାରଣ କରାଯାଇଛି । ଏଥିରେ ନୂତନ ସଦସ୍ୟ ଗ୍ରହଣ କରାଯିବା ସହିତ ପ୍ରତି ବ୍ଲକ ରୁ ତିନି ଜଣ ସଦସ୍ୟ କାର୍ଯ୍ୟକାରିଣୀ ରେ ସାମିଲ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି।ଏଥି ସହିତ ଠିକାଦାର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ବାରିଙ୍ଗବାଡି, କୋଟଗଡ, ତୁମୁଡିବନ୍ଧ, କ ନୂଆଗାଁ ଏବଂ ବାଲିଗୁଡା ର ପଚାଶ ରୁ ଊର୍ଧ୍ୱ ଠିକାଦାର ଯୋଗ ଦେଇ ଥିଲେ ।ମା ପାଟଖଣ୍ଡା ଠିକାଦାର ସଙ୍ଘ ଉପସଭାପତି ପ୍ରଦୀପ କୁମାର ନାୟକ, ପ୍ରକାଶ ନାୟକ, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସାହୁ, କୋଷାଧ୍ୟକ୍ଷ ଅଭୟ କୁମାର ପାତ୍ର ସମେତ ଦିବାକର ବେହେରା, ଜିତୁ ପାତ୍ର, ସୁଜିତ ପାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ ।
