ବାଲିପାଟଣା: ଏଲପିଜି ସିଲିଣ୍ଡରଯୋଗାଣକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଭିତରେ ବାଲିପାଟଣା ମାର୍କେଟିଂ ଇନ୍ସପେକ୍ଟର ନେତ୍ରାନନ୍ଦ ବେହେରା ଏହାକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି । ଆଜି ବାଲିପାଟଣା ରେ ଥିବା ଅଭୟମୁଖୀ ମା’ ବରାହୀ ଏଜେନ୍ସି, ବନମାଳିପୁର ସ୍ଥିତ ବଜରଙ୍ଗୀ ଏଜେନ୍ସି ଓ ଆଳିଶି ଶାସନ ସ୍ଥିତ ମୋତି ଗ୍ୟାସ୍ ଏଜେନ୍ସି ଚଢାଉ କରି କହିଛନ୍ତି, ବାଲିପାଟଣା ରେ ଯଥେଷ୍ଟ ସଂଖ୍ୟାରେ ଏଲିପିଜି ସିଲିଣ୍ଡର ରହିଛି । ତେବେ ଜରୁରୀ ନ ଥିଲେ ସିଲିଣ୍ଡର ନେବା ଲାଗି ବୁକିଂ କରନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ମଧ୍ୟ ବୁକିଂ କରିବାର ଦୁଇ ରୁ ତିନି ଦିନରେ ଗ୍ୟାସ ସିଲିଣ୍ଡର ଯୋଗାଇଦିଆଯାଉଛି । ଏହି ଗମ୍ଭୀର ସମୟରେ ଆବଶ୍ୟକତାଠାରୁ ଅଧୂକ ଗ୍ୟାସ୍ ମହଜୁଦ ରଖି ଓ କଳାବଜାରୀ କଲେ ତାଙ୍କ ବିରୋଧରେଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏହି ଚଢାଉ ବେଳେ ବାଲିପାଟଣା ମାର୍କେଟିଂ ଇନ୍ସପେକ୍ଟର ନେତ୍ରାନନ୍ଦ ବେହେରା ଙ୍କ ସହିତ ସହକାରୀ ଯୋଗାଣ ଅଧିକାରୀ ସୁନୀତା ବେହେରା ଉପସ୍ଥିତ ଥିଲେ।
