ବାଲିଗୁଡା : ପୂର୍ତ୍ତ ବଙ୍ଗଳା ଠାରେ କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି କ୍ଷ ଏହି ସାମ୍ବାଦିକ ସମ୍ମିଳନୀ ରେ ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି, କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ୍ୟ ମାନ ଗୋବିନ୍ଦ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ବିଜେପି ନେତା ଆଦିକନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ କ୍ଷ ଫୁଲବାଣୀ ମେଡିକାଲ କଲେଜ କୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ନାମ ରେ ନାମିତ କରିବା ସହ ତୁମୁଡିବନ୍ଧ ଜଲେଶପଟ୍ଟା ଆଶ୍ରମ ର ଭିତ୍ତିଭୂମି ର ବିକାଶ ପାଇଁ ୧୩ କୋଟି ଟଙ୍କା ମଞ୍ଜୁରୀ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛି ବିଜେପି କ୍ଷ କନ୍ଧମାଳ ଜିଲ୍ଲା ରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ର ବିକାଶ ସାଙ୍ଗକୁ ଐତିହ୍ୟ ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବା ନେଇ ସ୍ୱାମୀଜୀ ଙ୍କ ଅବଦାନ ବେଶ ଅତୁଳନୀୟ କ୍ଷ ତେଣୁ କନ୍ଧମାଳ ଜିଲ୍ଲା ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ନାମ ରେ କିଛି ସ୍ମୃତି କୁ ସ୍ଥାନିତ କରିବାକୁ ବିଭିନ୍ନ ମହଲ ରେ ସ୍ୱର ଉପୁଜିଥିଲା କହିଛନ୍ତି ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି କ୍ଷ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ସେବା ତ୍ୟାଗ ଓ ସମର୍ପଣ କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଫୁଲବାଣୀ ସରକାରୀ ମେଡିକାଲ କଲେଜ କୁ ସ୍ୱାମୀଜୀ ଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଐତିହାସିକ ରାୟ ନିମନ୍ତେ କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ଶୁଭେଚ୍ଛା ସହ କୃତଜ୍ଞତା ଜ୍ଞାପନ କରାଯାଇଛି କ୍ଷ
