ପୁରୀ: ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର ସମ୍ପର୍କରେ ପୁରୀ ଜିଲ୍ଲାର ସମସ୍ତ ଛଅଟି ବିଧାନସଭା ନିର୍ବାଚନମଣ୍ଡଳୀର ସ୍ୱୀକୃତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନିର୍ବାଚନ ଅଧିକାରୀ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ଛଅ ଗୋଟି ନିର୍ବାଚନ ପଞିକରଣ ଅଧିକାରୀ ୧୦୫ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ,୧୦୬ ନିମାପଡା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ,୧୦୭ ପୁରୀ ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ,୧୦୮ ବ୍ରହ୍ମଗିରି ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ,୧୦୯ ସତ୍ୟବାଦୀ ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଓ ୧୧୦ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଉପ ଜିଲ୍ଲାପାଳ ଦାୟିତ୍ୱ ରେ ରହିଛନ୍ତି।

ବୈଠକରେ ଦାବି ଓ ଆପତ୍ତି ସମ୍ବନ୍ଧୀୟ ଫର୍ମ ୯, ୧୦, ୧୧, ୧୧ ଏ ଓ ୧୧ ବି ରେ ଗ୍ରହଣ କରାଯାଇଥିବା ତାଲିକାଗୁଡ଼ିକ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସୂଚନା ଓ ଆବଶ୍ୟକ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ତାନ୍ତର କରାଯାଇଥିଲା।ପ୍ରତିନିଧିମାନଙ୍କୁ ଚାଲୁଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ବିସ୍ତାରିତ ଏସଆଇଆର ୨୦୨୬ ସମୟସୀମା ଏବଂ ସଂଶୋଧିତ କାର୍ଯ୍ୟସୂଚୀ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ଏବଂ ସଂଶୋଧନ କାର୍ଯ୍ୟକ୍ରମର ସୁଚାରୁ, ସ୍ୱଚ୍ଛ ଓ ପ୍ରଭାବଶାଳୀ କାର୍ଯ୍ୟାନ୍ବୟନ ନିଶ୍ଚିତ କରିବା ପାଇଁ ଦାବି ଓ ଆପତ୍ତିର ନିଷ୍ପତ୍ତି ସମ୍ବନ୍ଧୀୟ ବ୍ୟବସ୍ଥା ଓ ସମୟସୀମା ବିସ୍ତୃତ ଭାବେ ଆଲୋଚିତ ହୋଇଥିଲା।ଏହି ବୈଠକ ଚାଲୁଥିବା ଏସଆଇଆର ପ୍ରକ୍ରିୟା ସମ୍ପର୍କରେ ସ୍ୱୀକୃତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ସ୍ପଷ୍ଟୀକରଣ ଚାହିବା ଏବଂ ନିଜ ମତାମତ ରଖିବାର ସୁଯୋଗ ପ୍ରଦାନ କରିଥିଲା। ନିର୍ବାଚନ କର୍ତ୍ତୃପକ୍ଷମାନେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନରେ ସ୍ୱଚ୍ଛତା, ସମାବେଶୀକରଣ ଓ ସଠିକତା ନିଶ୍ଚିତ କରିବା ପ୍ରତି ନିଜର ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉପଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର ରୁନୀତା ପ୍ରଧାନ,ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲ
