ପୁରୀ: ଓଡ଼ିଶା ସରକାରଙ୍କ କ୍ରୀଡା ବିଭାଗ ଓ ଯୁବ କ୍ରୀଡା ବିଭାଗର ପ୍ରତ୍ଯେକ୍ଷ ତତ୍ତ୍ୱାବଧାନରେ ୧୪ତମ ଜୁନିୟର ଓଡ଼ିଶା ରାଜ୍ୟ ଖୋ ଖୋ ଚମ୍ପିୟନସିପ ଶନିବାର ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଖୋ ଖୋ ଏକାଡେମୀ ହଲ ଠାରେ ଉଦଘାଟିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ବିହାର ରାଜ୍ୟର କ୍ରୀଡା ମନ୍ତ୍ରୀ ଶ୍ରେୟାଶ୍ରୀ ସିଂ ଶ୍ରୀଜଗନ୍ନାଥଙ୍କ ପ୍ରତ୍ତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଉଦଘାଟନ କରି କହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପବିତ୍ର ଧାର୍ମିକ ସ୍ଥାନ । ତାଳବଣିଆ ଖୋ ଖୋ ଷ୍ଟାଡିୟମ ଅତି ଉନ୍ନତମାନର । ଓଡ଼ିଶା ଖୋ ଖୋ ଖେଳ ପ୍ରଦର୍ଶନ ବେଶ ଉଚ୍ଚକୋଟୀର । ସେମାନଙ୍କ ପ୍ରଚେଷ୍ଟା କ୍ରୀଡା କୌଶଳ ବେଶ ଚମତ୍କାର । ସମ୍ମାନିତ ଅତିଥି ଭାବେ ରାଜ୍ଯ କ୍ରୀଡା ବିଭାଗ ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ,ଡିଏସଡି ବିଜୟ କୁମାର ରାଉତ, ବିହାର କ୍ରୀଡା ଡାଇରେକ୍ଟର ଆରିଫ ଆସନ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଭାରତୀୟ ଖୋ ଖୋ ମହାସଂଘ ଫେଡେରେସନ ର ଉପସଭାପତି ତଥା ଓଡ଼ିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଏଚପିସି ମୁଖ୍ଯ ସଞ୍ଜୀବ ଶର୍ମା ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରିଥିଲେ । କୋଣ ଅନୁକୋଣରେ ଲୁଚି ରହିଥିବା ଲୁକାୟିତ କ୍ରୀଡାବିତ ପ୍ରତିଭାକୁ ସର୍ବସାଧାରଣରେ ପରି ପ୍ରକାଶ ସହ ତାଙ୍କୁ ଦେଶର ଏକ ଶ୍ରେଷ୍ଠ କ୍ରୀଡାବିତ ଭାବେ ଗଢି ତୋଳାବା ଏହି ପ୍ରତିଯୋଗିତାର ଲକ୍ଷ ଓ ଉଦ୍ଦେଶ୍ଯ । ଏଠାରେ ଯେଉଁମାନେ ଭଲ ଖେଳିଲେ ସେମାନେ ତିନିମାସ ପରେ ହିମାଚଳ ପ୍ରଦେଶର ଜାତୀୟସ୍ତରରେ ଖେଳିବେ ।

ଓଡ଼ିଶାକୁ ସ୍ୱର୍ଣ୍ଣ ପଦକ ଆଣି ଆମମାନଙ୍କୁ ଗୌରବାନ୍ୱିତ କରିବା ଲକ୍ଷ ବୋଲି ଓଡ଼ିଶା ଖୋ ଖୋ ସଂଘ ସମ୍ପାଦକ ଶ୍ରୀ ମିଶ୍ର କହିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ତୃଣମୂଳ ସ୍ତରରୁ ନିଷ୍ଠାର ଭାବେ ଖୋ ଖୋ ଖେଳରେ ଭରତ କୁମାର ପ୍ରଧାନ, ମଳୟ ରଞ୍ଜନ ବେହେରା, ଧର୍ମେନ୍ଦ୍ର ପଣ୍ଡା,ବାସୁଦେବ ପରିଡା ଓ ପ୍ରକାଶ ବେଜଙ୍କୁ ଖୋ ଖୋ କୋଚ ଭାବେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଶାରିରୀକ ଶିକ୍ଷା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ୧୮ ବର୍ଷରୁ କମ ବୟସର ବାଳକ ଓ ବାଳିକା ଦଳ ଖେଳ ପ୍ରଦର୍ଶନରେ ଅଂଶ ଗ୍ରହଣ କରିଛନ୍ତି । ଶନିବାର ପ୍ରତିଯୋଗିତାରେ ବାଳିକା ଦଳ ଲିଗ ମ୍ଯାଚରେ ୩୬ ଗୋଟି ଖେଳ ପ୍ରଦର୍ଶନ ହୋଇଥିଲା । ୪ଟି ଗ୍ରୁପରେ ୧୯ ଦଳ ଅଂଶଗ୍ରହଣ କରିଛନ୍ତି । ୧ ତାରିଖ ଓ ୨ ତାରିଖ ବାଳିକା ଦଳ ଖେଳ ପ୍ରଦର୍ଶନ ଓ ୩ ତାରିଖ ୪ ତାରିଖ ବାଳକ ଦଳ ଖେଳ ପ୍ରଦର୍ଶନ କରିବେ । ବାଳିକା ଦଳ କିସ ୟୁନିଭରସିଟ, ବୌଦ୍ଧ, କଟକ, ଅନୁଗୁଳ, ଗଜପତି, ଜଗତସିଂହପୁର, ଗଞ୍ଜାମ, ସମ୍ବଲପୁର, ମୟୁରଭଞ୍ଜ, ଝାରସୁଗୁଡ଼ା,ପୁରୀ, ବଲାଙ୍ଗୀର, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡା, ବାଲେଶ୍ୱର, କେନ୍ଦୁଝର ସୁନ୍ଦରଗଡ, ଖୋର୍ଦ୍ଧା ଜିଲ୍ଲାରୁ ଅଂଶଗ୍ରହଣ କରିଛନ୍ତି । ସମୁଦାୟ ୨୨୮ ଜଣ ବାଳିକା କ୍ରୀଡାବିତ ଥିବାବେଳେ ସେମାନଙ୍କ ଟିମର ମ୍ଯାନେଜର ଓ କୋଚ ୩୮ ଜଣ ଯୋଗ ଦେଇଛନ୍ତି ।

ବାଳକ ଓ ବାଳିକା ବର୍ଗର ସମୁଦାୟ ୫୬୪ ଅଂଶଗ୍ରହଣ କରିଥିବାବେଳେ ଟେକ୍ନିକାଲ ଅଫିସର ୬୦ ଜଣ ଯୋଗ ଦେଇଛନ୍ତି । ବାଳିକା ଦଳ ଉତ୍ସାହ ଓ ଜୋଶର ସହ ଖେଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ପୋଗ୍ରାମ ମ୍ଯାନେଜର ବାପି କୁମାର ରାୟ, ଓଡ଼ିଶା ଖୋ ଖୋ ସଙ୍ଘ କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର,ରବିନାରାୟଣ ପ୍ରଧାନ, ଦେବେଶ ଅଧିକାରୀ, ଅନ୍ନପୂର୍ଣ୍ଣା ରାଉତ, ରଚିତ ନାୟକ ଧର୍ମେନ୍ଦ୍ର ପଣ୍ଡା,ଭୁବନ ମୋହନ ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଖେଳାଳୀମାନେ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ଶୃଙ୍ଖଳିତ ଭାବେ ଉତ୍ସାହର ସହ ଭଲ ଖେଳୁଥିବା ଦେଖିବାକୁ ମିଳିଥିଲା ।
