ଭଂଜନଗର: ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ, ବ୍ରିଜ୍ ଉପରୁ ତଳକୁ ଖସିପଡିଲା ଚଳନ୍ତା କାର୍ । ସେଥିରେ ଥିବା ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣକ ଭଂଜନଗର ଏଲଆଇସି କଲୋନୀ ବାସିନ୍ଦା ସୁନିଲ୍ ମହାନ୍ତି (୪୦) । ଘଟଣା ସ୍ଥଳରେ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି, କାର୍ ଭିତରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବେଲଗୁଣ୍ଠା ରାସ୍ତାରୁ ଭଂଜନଗର ଅଭିମୁଖେ ଯାଉଥିବା ବେଳେ, ଭାରସାମ୍ୟ ହରାଇ କାର୍ ଟି ବ୍ରିଜ୍ ତଳକୁ ଖସି ପଡ଼ିଥିଲା । କାର୍ ଭିତରେ ଜଣେ ହିଁ ଥିଲେ । ବେଲଗୁଣ୍ଠା ଥାନା ପୋଲିସ ଭଂଜନଗର ମେଡିକାଲରେ ପହଞ୍ଚି, ମୃତ ଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।
