ବାଲିଗୁଡା: ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଦଶ ଦଫା ଦାବି ପୂରଣ ନେଇ ବାଲିଗୁଡା ବ୍ଲକ ଅଫିସ ସମ୍ମୁଖରେ ବାର ଘଣ୍ଟିଆ ଗଣ ଧାରଣା ଦିଆ ଯାଇଛି। ବୃଦ୍ଧ, ବୃଦ୍ଧା,ଭିନ୍ନକ୍ଷମ,ବିଧବା,କିନ୍ନର,ଅସହାୟ ମହିଳା ଙ୍କ ଭଳି ବିଭିନ୍ନ ବର୍ଗ ର ଭତ୍ତା ହିତାଧିକାରୀ ଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ହିତାଧିକାରୀ ମାନେ ସାମିଲ ହୋଈ ଗଣ ଧାରଣା ଦେଇଛନ୍ତି।ନୂତନ ସରକାର ଗଠନ ହେବା ପୂ୍ୱର୍ ରୁ ସରକାର କୁ ଆସିଲେ ଏକ ହଜାର ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ଙ୍କୁ ୩୦୦୦ ଟଙ୍କା ପ୍ରଦାନ କରାଯିବା ନେଇ ସଂକଳ୍ପ ପତ୍ର ରେ ପ୍ରତିଶୃତି ଦେଇଥିଲେ ବି ସରକାର ଏପର୍ଯ୍ୟନ୍ତ ନିଜ ପ୍ରତିଶୃତି ପୂରଣ କରି ନାହାନ୍ତି । ତେଣୁ ସରକାର ଦେଇଥିବା ପ୍ରତିଶୃତି ମୁତାବକ ତିନି ହଜାର ଟଙ୍କା ମାସିକ ଭତ୍ତା ପ୍ରଦାନ, ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ବିବାହ ପ୍ରୋତ୍ସାହନ ଅର୍ଥ ରାଶି ପ୍ରଦାନ ସହ ସ୍ୱାବଲମ୍ବୀ ହେବା ନିମନ୍ତେ ଊଜଓ ଲୋନ ଯୋଗେଇଦେବା କୁ ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ଦାବି କରିଛ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଉଦେଶ୍ୟ ରେ ଦଶ ଦଫା ଦାବି ପୂରଣ ନେଇ ସ୍ମାରକୀ ପତ୍ର ପ୍ରଦାନ କରାଯାଇଛ। ଯଦି ସରକାର ନିଜେ ଦେଇଥିବା ପ୍ରତିଶୃତି ପୂରଣ ନ କରନ୍ତି ତେବେ ଆଗାମୀ ଦିନ ରେ ଗଣ ଧାରଣା ତୀବ୍ରତର ହେବା ସହ ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ରେ ସରକାର ଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ଚେତାବନୀ ଦେଇଛି । ଏହି ଗଣ ଧାରଣା ରେ ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ର ସଭାପତି ପରମାନନ୍ଦ ନାୟକ, ସାଧାରଣ ସମ୍ପାଦକ ମାଧବ ସାହୁ ଙ୍କ ସମେତ ବିଭିନ୍ନ ବର୍ଗ ର ଭତ୍ତା ହିତାଧିକାରୀ ସାମିଲ ହୋଇଛନ୍ତି।
