ବାରିପଦା; ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ବିଜୁ ପଟ୍ଟନାୟକ ୱେଟ ଲିଫଟିଙ୍ଗ ହଲରେ ଅନୁଷ୍ଠିତ ହୋଇଥିବା ଓଡିଶା ୧୨ ବର୍ଷ ଏବଂ ୧୪ ବର୍ଷରୁ କମ ଭାରୋଉତ୍ତୋଳନ ଚାମ୍ପିଅନସିପ ରେ ମୟୂରଭଞ୍ଜ ଜିଲ୍ଲା ନଙ୍ଗଳକଟା ସ୍ଥିତ ଶକ୍ତିମାନ ଜିମ୍ନାସିଅମର ୧୨ ବର୍ଷରୁ କମ ବାଳିକା ବିଭାଗରେ ପୂର୍ଣ୍ଣିମା ହାଁସଦା ବେଷ୍ଟଲିଫ୍ଟଟର ଅଫ ଓଡିଶା ଟାଇଟଲ ହାସଲ କରିଥିବା ବେଳେ, ବାଳକ ବିଭାଗରେ ଗଗନଦୀପ ମହାନ୍ତ ବେଷ୍ଟ ଲିଫ୍ଟଟର ଅଫ ଓଡିଶା ଟାଇଟଲ ହାସଲ କରିଛନ୍ତି । ପୂର୍ଣ୍ଣିମା ହାଁସଦା ୫୩ କିଲୋଗ୍ରାମ ବିଭାଗ ସ୍ନାଚ ରେ ୫୫ କିଲୋଗ୍ରାମ, ଜେର୍କ ରେ ୭୨ କିଲୋଗ୍ରାମମୋଟ ୧୨୭ କିଲୋଗ୍ରାମ ଓଜନ ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରି ୧୦ ଜଣ ଚାମ୍ପିଅନ ଙ୍କ ମଧ୍ୟରୁ ବେଷ୍ଟ ଲିଫଟର ଟାଇଟଲ ହାସଲ କରିଥିବା ବେଳେ, ଗଗନଦୀପ ମହାନ୍ତ ୫୦ କିଲୋଗ୍ରାମ ବିଭାଗରେ ସ୍ନାଚ ରେ ୪୮ କିଲୋଗ୍ରାମ,ଜେର୍କ ରେ ୫୮ କିଲୋଗ୍ରାମ ମୋଟ ୧୦୬ କିଲୋଗ୍ରାମ ଭାରୋଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ପାଇଥିବା ସଙ୍ଗେସଙ୍ଗେ ବେଷ୍ଟ ଲିଫ୍ଟର ଅଫଓଡିଶା ଟାଇଟଲ ହାସଲ କରିଛନ୍ତି । ୧୨ ବର୍ଷରୁ କମ ବିଭାଗରେ ତପସ୍ୱିନୀ ସିଂ ୪୯ କିଲୋଗ୍ରାମ ବର୍ଗରେ ସ୍ନାଚ ରେ ୪୨
କିଲୋଗ୍ରାମ ଏବଂ ଜେର୍କ ରେ ୬୦ କିଲୋଗ୍ରାମ ମୋଟ ୧୦୨ କିଲୋଗ୍ରାମ ଭାରୋଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ, ଦେବାଶିଷ ମହାନ୍ତ୪୦ କିଲୋଗ୍ରାମ ବର୍ଗରେ ସ୍ନାଚ ରେ ୩୦ କିଲୋଗ୍ରାମ ଏବଂ ଜେର୍କ ରେ ୩୯ କିଲୋଗ୍ରାମ ମୋଟ ୬୯ କିଲୋଗ୍ରାମ ଭାରୋଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୧୪ ବର୍ଷରୁ କମ ବିଭାଗରେ କବିତା ମହାନ୍ତ ୪୦ କିଲୋଗ୍ରାମ ବର୍ଗରେସ୍ନାଚ ରେ ୩୮ କିଲୋଗ୍ରାମ ଏବଂ ଜେର୍କ ରେ ୫୦ କିଲୋଗ୍ରାମ ମୋଟ ୮୮ କିଲୋଗ୍ରାମ ଭାରୋଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ, ଶୁଭଶ୍ରୀ ମହାନ୍ତ ୪୯ କିଲୋଗ୍ରାମ ବର୍ଗରେ ସ୍ନାଚ ରେ ୫୫ କିଲୋଗ୍ରାମ ଏବଂ ଜେର୍କ ରେ ୬୯ କିଲୋଗ୍ରାମ ମୋଟ ୧୨୪ କିଲୋଗ୍ରାମ ଭାରୋଉତ୍ତୋଳନ କରି ରୌପ୍ୟ ପଦକ, ସତ୍ୟମ ସିଂ ୫୦ କିଲୋଗ୍ରାମ ବର୍ଗରେ ସ୍ନାଚ ରେ ୬୫ କିଲୋଗ୍ରାମ ଏବଂ ଜେର୍କ ରେ ୮୫ କିଲୋଗ୍ରାମ ମୋଟ ୧୫୦ କିଲୋଗ୍ରାମ ଭାରୋଉତ୍ତୋଳନ କରି ରୌପ୍ୟ ପଦକ ଏବଂ ସୁମନ ମହାନ୍ତ ୪୦ କିଲୋଗ୍ରାମ ବର୍ଗରେ ସ୍ନାଚ ରେ ୩୬ କିଲୋଗ୍ରାମ ଏବଂ ଜେର୍କ ରେ ୪୫ କିଲୋଗ୍ରାମ ମୋଟ ୮୧ କିଲୋଗ୍ରାମ ଭାରୋଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରି ଜିମ୍ନାସିୟମ ତଥା ଜିଲ୍ଲାର ଗୌରବ ବୃଦ୍ଧି କରି ଥିବାରୁ ଶକ୍ତିମାନ ଜିମ୍ନାସିୟମର ପ୍ରତିଷ୍ଠାତା ତଥା ପ୍ରଶିକ୍ଷକ ପରେଶ ଚନ୍ଦ୍ର ମହାନ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି । ଉକ୍ତ ପ୍ରତିଯୋଗିତାରେ ମୋଟ ୪ ଟି ସ୍ୱର୍ଣ୍ଣ ,୨ ରୌପ୍ୟ ଏବଂ ୨ ବ୍ରୋଞ୍ଜ ପଦକ ଶକ୍ତିମାନ ଜିମ୍ନାସିଅମର ପ୍ରତିଯୋଗୀମାନେ ହାସଲ କରି ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ।
